ଗ୍ରାମ୍ଯଉନ୍ନୟନ, ଶକ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଏହି ଅବସରରେ ଆଜି ଜିଲ୍ଲାର ବିଭିନ୍ନ ନିର୍ମାଣାଧୀନ ଗ୍ରିଡ୍ ସବ୍ ଷ୍ଟେସନ ଗୁଡିକର ଅଗ୍ରଗତି ସମୀକ୍ଷା କରିବା ସହିତ RDOdisha ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।

ଗ୍ରାମ୍ଯଉନ୍ନୟନ, ଶକ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଗ୍ରାମ୍ଯ ଉନ୍ନୟନ, ଶକ୍ତି ଏବଂ @IPR_Odisha ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ସିଂ ଯୋଡା ବ୍ଲକର ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସମୟସୀମା ମଧ୍ଯରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ବଡବିଲ୍ ବାଣିଜ୍ଯକର ଜିଏସଟି କାର୍ଯ୍ୟାଳୟରେ ଶ୍ରୀ ସିଂ ଓପିଟିସିଏଲ୍ ଏବଂ ଗ୍ରାମ୍ଯଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଯୋଡା ଓ ବଡବିଲ ପୌରାଞ୍ଚଳରେ ୱାଟ୍‌କୋ କାର୍ଯ୍ୟର ମଧ୍ଯ ଶ୍ରୀ ସିଂ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

ବିଜୁ ସେତୁ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପୋଲ ନିର୍ମାଣ ତଥା ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ କାମ ନିର୍ଦ୍ଧାରିତ ସମୟସୀମା ମଧ୍ଯରେ ସମ୍ପନ୍ନ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ନୂଆ ପୋଲ ଓ ରାସ୍ତା ନିର୍ମାଣ ସମ୍ପର୍କରେ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରି ବିଭାଗକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗ୍ରାମ୍ଯଉନ୍ନୟନ, ଶକ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିବା ଅବସରରେ ଆଜି ଜିଲ୍ଲାର ବିଭିନ୍ନ ନିର୍ମାଣାଧୀନ ଗ୍ରିଡ୍ ସବ୍ ଷ୍ଟେସନ ଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ। ସେହିପରି @RDOdisha ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।

ଗ୍ରାମ୍ଯଉନ୍ନୟନ, ଶକ୍ତି ଏବଂ @IPR_Odisha ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ୨ୟ ଦିବସରେ ଆଜି ଚମ୍ପୁଆ ବ୍ଲକର ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ହାଇ ଲେବୁଲ ସେତୁର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏକମାସ ମଧ୍ଯରେ ଏହି ସେତୁ ନିର୍ମାଣ କାମ ସମାପ୍ତ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି।