ଗୁନ୍ଦୁଳିଆ ଆର୍ ଆଇ ଅଫିସ୍ ଘେରାଉ ପାଇଁ ପ୍ରସ୍ତୁତି ବୈଠକ
ଆସନ୍ତା ଅଗଷ୍ଟ ମାସ ୩ ତାରିଖରେ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ଦୁଇ ଦଫା ଦାବି ନେଇ ଗୁନ୍ଦୁଳିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି

ସୁବର୍ଣ୍ଣପୁର : ଆସନ୍ତା ଅଗଷ୍ଟ ମାସ ୩ ତାରିଖରେ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ଦୁଇ ଦଫା ଦାବି ନେଇ ଗୁନ୍ଦୁଳିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ସଙ୍ଗଠନର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଜିଲ୍ଲା ଉପ ସଭାପତି ବସନ୍ତ କୁମାର ଖୁରା ଙ୍କ ଅଧ୍ୟକ୍ଷତା ରେ ଗୋଛାପଡା ପଂଚାୟତ ର ଉଡବିଲିକା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ସାଧାରଣ ସମ୍ପାଦକ କହ୍ନେଇଁ ବାଦି , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର ଯୋଗଦେଇ ଭାରତରତ୍ନ ଡ଼ଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ " ହକ୍ ପାଇଁ ଲଢେଇ " କରିବା ସକାଶେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ ।
ସଙ୍ଗଠନ ପକ୍ଷରୁ ଗତ ବର୍ଷ ବୌଦ୍ଧ ତହସିଲରେ ଆବେଦନ କରିଥିବା ପ୍ରାୟ ତିନି ହଜାର ଭୂମି ହୀନ ଏବଂ ଡିହ ହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ଏଵଂ ପ୍ରାୟ ୪୦ ବର୍ଷ ଧରି ଅଗଣତାନ୍ତ୍ରିକ , ଅସାମ୍ବିଧାନିକ , ଜାଲିଆତି ଓ ଚଂଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା ନକଲି କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ତୁରନ୍ତ ହଟେଇବା ବିରୁଦ୍ଧରେ ତଥା ସାମାଜିକ ଅଧିକାର , ରାଜନୈତିକ ଅଧିକାର , ଅର୍ଥନୈତିକ ଅଧିକାର ଓ ସାମ୍ବିଧାନିକ ଅଧିକାର ସପକ୍ଷରେ ଜୋରଦାର ଆନ୍ଦୋଳନ ହେବ ବୋଲି ସଂଗଠନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଦୃଢ଼ ଚେତାବନୀ ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋଛାପଡ଼ା ପଂଚାୟତ ସଭାପତି ଝରିଆ ଖୁରା , ସମ୍ପାଦକ ରମେଶ ମହାନନ୍ଦିଆ , କୋଷାଧ୍ୟକ୍ଷ ଅରୁଣ ବାଦି , ଅଇଁଲାପାଲି ପଂଚାୟତ ସଭାପତି ଜଗବନ୍ଧୁ ବାଦି , ବରିଷ୍ଠ ସମାଜସେବୀ ଚନ୍ଦ୍ର ଶେଖର ବାଦୀ , ହେମନ୍ତ ବାଦି , ବସନ୍ତ ପେରା , ଶେଷଦେବ ବାଦି , ମନୋରଞ୍ଜନ ବାଦି , ସଦାନନ୍ଦ ବାଦୀ , ହରିବନ୍ଧୁ ବଳିଆର , ରୋହିତ ମହାନନ୍ଦିଆ , ଗୁଲେଖ ରାଜହଂସ , ସୁବଳ ପେରା , ଲବ ଜଗଦଲା , ଉତ୍ତମ କହଁର , ଗୁପ୍ତେଶ୍ୱର ସୁନା , ଓକିଲ ବାଦି , ମାନବ ପେରା , ସଞ୍ଜୟ କୁମ୍ଭାର ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, , ସୁବର୍ଣ୍ଣପୁର