ପଣ୍ୟ କାରବାରରେ ପୁଣି ଏକ ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର

ମାତ୍ର ୧୨୨ ଦିନରେ ୫୦ମିଲିୟନ୍ ରୁ ଅଧିକ ପଣ୍ୟ କାରବାର ଯାହାକି ବିଗତ ଦିନମାନଙ୍କ ଠାରୁ ପ୍ରାୟ ୫.୧୬ ପ୍ରତିଶତ ଅଧିକ ବୋଲି ଜଣାପଡିଛି।

ପଣ୍ୟ କାରବାରରେ ପୁଣି ଏକ ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର

ପାରାଦୀପ ବନ୍ଦର ରେ ପଣ୍ୟ କାରବାର ନେଇ ଆଉ ଏକ ରେକର୍ଡ଼ ସୃଷ୍ଟି ହୋଇଛି। ମାତ୍ର ୧୨୨ ଦିନରେ ପାରାଦୀପ ବନ୍ଦର ମୋଟ୍ ୫୦.୧୬ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ଏକ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଛି । ଗତବର୍ଷ ତୁଳନାରେ ଏହା ୫.୧୬ ପ୍ରତିଶତ ଅଧିକ ବୋଲି ଜଣାପଡିଛି । ତେବେ ଏହି ରେକର୍ଡ଼ ସୃଷ୍ଟି କରି ପାରାଦୀପ ବନ୍ଦର ଏକ ବିଶାଳ ରେକର୍ଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ତେଣୁ ଏନେଇ ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ପିଏଲ୍ ହାରାନନ୍ଦ୍ ବନ୍ଦର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିବା ବେଳେ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀଯୁକ୍ତ ସର୍ବାନନ୍ଦ ସୋନୱ୍ଵାଲ୍ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟ ସଫଳତା ହାସଲ କରିଥିବାରୁ ତାଙ୍କୁ ସର୍ବୋପରି ଶୁଭେଚ୍ଛା ଜଣାଇଛନ୍ତି।