୫ଟଙ୍କାରେ ପଞ୍ଚାୟତରୁ ବ୍ଲକକୁ ଯାତ୍ରା କରିବେ ମହିଳା ଯାତ୍ରୀ
୫ଟଙ୍କାରେ ପଞ୍ଚାୟତରୁ ବ୍ଲକକୁ ଯାତ୍ରା କରିବେ ମହିଳା ଯାତ୍ରୀ
ରାୟଗଡ଼ାରେ ଆରମ୍ଭ ହେଲା 'ଲକ୍ଷ୍ମୀ' ବସ୍ ସେବା । ଜିଲ୍ଲାରେ ୫୨ଟି ଲକ୍ଷ୍ମୀ ବସ୍ ଚଳାଚଳ କରିବ । ସମଗ୍ର ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚାୟତ ରୂପାନ୍ତରରେ ଓଡିଶାର ରୂପାନ୍ତର। ଏହି ଯୋଜନା ଆରମ୍ଭ କରି ମୁୁଁ ବହୁତ ଖୁସି। ଏହା ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ।ଏହି ଯୋଜନା ଆରମ୍ଭ ହେବା ପରେ ୫ଟଙ୍କାରେ ପଞ୍ଚାୟତରୁ ବ୍ଲକକୁ ଯାତ୍ରା କରିବେ ମହିଳା ଯାତ୍ରୀ।
ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍।ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଲୋକ ଏହି ଉଦଘାଟନ ସମାରୋହରେ ଯୋଗଦାନ କରିଥିଲେ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢ଼ୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ଲକ୍ଷ୍ମୀ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ୍ ସଂଯୋଗ।
ସୁଲଭ ଓ ନିର୍ଭରଯୋଗ୍ୟ ବସ୍ ସେବା। ମହିଳା,ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା। ପର୍ଯ୍ୟଟନ ଏବଂ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ସହ ଯାତ୍ରୀ ଏବଂ ସଡକ ସୁରକ୍ଷାକୁ ଗୁରୁତ୍ୱ ଦେବା।୫୨ଟି ବସ୍ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୪୦ଟି ବସ୍ ଚଳାଚଳ କରିବ । ୧୩୦ଟି ପଞ୍ଚାୟତ ଏହି ୪୦ଟି ବସ୍ ସେବା ପ୍ରଦାନ କରିବ । ଏହାଦ୍ଵାରା ଲୋକଙ୍କ ଗମନାଗମନ ପାଇଁ ସୁବିଧା ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।








