ଗଳି ପୋଲରେ ଭାସିଗଲା କାର, ଗଛରେ ଚଢ଼ିଛନ୍ତି କାର ଚାଳକ

ରାସ୍ତାରେ ଯାଉଥିଲା କାର୍ ହଠାତ୍ ମାଡିଆସିଥିଲା ମହାନଦୀରେ ପାଣି ଯେଉଁ ଥିରେ ଭାସି ଯାଇଥିଲା କାର୍।

ଗଳି ପୋଲରେ ଭାସିଗଲା କାର, ଗଛରେ ଚଢ଼ିଛନ୍ତି କାର ଚାଳକ

ରାସ୍ତାରେ ଯାଉଥିଲା କାର୍ ହଠାତ୍ ମାଡିଆସିଥିଲା ମହାନଦୀରେ ପାଣି ଯେଉଁ ଥିରେ ଭାସି ଯାଇଥିଲା କାର୍। ଏହିପରି ଏକ ଅଭାବନୀୟ ଘଟଣା ଘଟି ଯାଇଛି ଜଗତସିଂହପୁର ଜିଲ୍ଲାର ରାହାମା ଖୁସାଲପୁର ଗଳି ପୋଲ ନିକଟରେ। ସବୁକିଛି ସ୍ବାଭାବିକ ଥିବା ବେଳେ ଏପରି ଅଘଟଣ ରେ ଭାସି ଯାଇଥିଲା କାର | 

ତେବେ ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ର ରାହାମା ଖୁସାଲପୁର ଗଳି ପୋଲ ନିକଟରେ କାରରେ ଦୁଇ ଜଣ ଯୁବକ ଆସୁଥିଲେ ତେବେ ମହାନଦୀ ରେ ହଠାତ୍ ପାଣି ଆସିଯିବାରୁ କାର ଟି ଭାସି ଯାଇଥିଲା।

ତେବେ ରାସ୍ତାରେ ପାଣି ଜମି ରହିଥିବା ବେଳେ ପାଣିର ପ୍ରଖର ସୁଅ ରହିଥିଲା। ଆଗରେ ଏକ ଟ୍ରାକ୍ଟର ଯିବାରୁ କାର ଚାଳକ ଟ୍ରାକ୍ଟର ପଛରେ ଯାଉଥିବା ସମୟରେ କାର ସହ ପ୍ରଖର ସୁଅରେ ଭାସି ଯାଇଥିଲା। ଯେଉଁ ଥିରେ ଦୁଇ ଜଣ ଯୁବକ ନିଜର ଜୀବନ ବଞ୍ଚାଇବାକୁ ଯାଇ ଏକ ଗଛ ଉପରେ ଚଢ଼ି ଯାଇଥିଲେ। ପରେ ଜଣେ ଗଛ ଛାଡି ଆଶ୍ରୟ ନେବା ପାଇଁ କାର୍ ର ଛାତ ଉପରେ ଚଢ଼ି ବସିଥିଲେ। ଦେଖଣା ହାରି ମାନେ ତୁରନ୍ତ ଏ ଘଟଣା ଦେଖି ସ୍ଥାନୀୟ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ଦୁଇଘଣ୍ଟା ର ଆକ୍ଳାନ୍ତ ପରିଶ୍ରମ ପରେ ମିଳିଥିବା ଶେଷ ସୂଚନା ଅନୁଯାୟୀ ଅଗ୍ନିଶମ ବାହିନୀ ଉକ୍ତ ଯୁବକ ଙ୍କୁ ସୁସ୍ଥ ଅବସ୍ଥାରେ ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି। ଦୁଇ ଜଣ ଉଦ୍ଧାର ପାଇଥିବା ଯୁବକ ହେଲେ ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଗ୍ରାମର ରଶ୍ମି ରଞ୍ଜନ ସ୍ବାଇଁ ଅନ୍ୟ ଜଣେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଗ୍ରାମର ପୁଷ୍ପକାନ୍ତ ମହାନ୍ତି । ତେବେ ଦୁହିଁଙ୍କର ସ୍ବାସ୍ଥ୍ୟ ବସ୍ଥା ଠିକ୍ ଥିବା ଜଣାପଡିଛି।

ବ୍ୟୁରୋ ରିପୋର୍ଟ ଓଏନ୍ଏମ୍ ନିୟୁଜ୍