ଦେଶରେ ନିର୍ବାଚନ ତାରିଖ ଘୋଷଣା, ଓଡ଼ିଶା ସମେତ ୪ ରାଜ୍ୟରେ ମତଦାନ
ଦେଶରେ ନିର୍ବାଚନ ତାରିଖ ଘୋଷଣା, ଓଡ଼ିଶା ସମେତ ୪ ରାଜ୍ୟରେ ମତଦାନ
ଅପେକ୍ଷାର ଅନ୍ତ । ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍ । ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ, ଗଣତନ୍ତ୍ରର ମହାପର୍ବ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଭାରତରେ ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସମିଟ୍ କରି ନିର୍ବାଚନ ବାବଦରେ ଟିକନିଖ୍ ସୂଚନା ଦିଆଯାଇଛି ।
ପ୍ରେସମିଟ୍ କରି ନିର୍ବାଚନ ବାବଦରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର
୫୫ ଲକ୍ଷ EVM ମେସିନ୍ ବ୍ୟବହାର ହେବ
ଏଥର ଭୋଟରଙ୍କ ସଂଖ୍ୟା ୯୭ କୋଟିରୁ ଅଧିକ
୧୦.୫ ଲକ୍ଷ ପୋଲିଂ ବୁଥ୍ରେ ହେବ ମତଦାନ
୧.୫ ପୋଲିଂ ଅଫିସର ନିଯୁକ୍ତ ହେବେ
ଏଥର ୨୧.୫ କୋଟି ଯୁବ ଭୋଟର କରିବେ ମତଦାନ
ମହିଳା ଭୋଟରଙ୍କ ସଂଖ୍ୟା ୪୭.୧ କୋଟିରୁ ଅଧିକ
ପୁରୁଷ ଭୋଟରଙ୍କ ସଂଖ୍ୟା ୪୯.୭ କୋଟିରୁ ଅଧିକ
୮୮.୪ ଲକ୍ଷ ଦିବ୍ୟାଙ୍ଗ ଭୋଟର କରିବେ ମତଦାନ
ପ୍ରଥମ ଥର ପାଇଁ ଭୋଟ ଦେବେ ୧.୮୨ କୋଟି ଭୋଟର
ଶତାୟୁ ଭୋଟରଙ୍କ ସଂଖ୍ୟା ୨୧ ଲକ୍ଷରୁ ଅଧିକ
ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ ହେବ
୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା
ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର
୪୮ ହଜାର ଟ୍ରାନ୍ସଜେଣ୍ଡର ଭୋଟର କରିବେ ମତଦାନ
ଅପରାଧିକ ମାମଲାର ତଥ୍ୟ ତେବେ ପ୍ରାର୍ଥୀ








