ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ସନଲିସା ପଟେଲ୍‌ଙ୍କ ସମେତ ଅନ୍ୟ କଳାକାର ଙ୍କ ଆମରଣ ଅନଶନ

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ସନଲିସା ପଟେଲ୍‌ଙ୍କ ସମେତ ଅନ୍ୟ କଳାକାର ଙ୍କ ଆମରଣ ଅନଶନ

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ସନଲିସା ପଟେଲ୍‌ଙ୍କ ସମେତ ଅନ୍ୟ କଳାକାର ଙ୍କ ଆମରଣ ଅନଶନ

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ଦ୍ବିତୀୟ ଦିନରେ ପହଞ୍ଚିଛି। ଶୁକ୍ରବାର ଠାରୁ ଚଳଚ୍ଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ଆମରଣ ଅନଶନ ଆରମ୍ଭ କରି ଦେଇଛନ୍ତି। ସନଲିସା ୫ଦଫା ଦାବି ନେଇ ଆରମ୍ଭ ହୋଇଥିବା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଅଧିକରୁ ଅଧିକ ସମର୍ଥନ ମିଳୁଛି। ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ୍, ସଂଳାପକାର, କାହାଣୀକାର ଯୋଗ ଦେଇ ସେମାନଙ୍କ ସମର୍ଥନ ଜଣାଇଥିଲେ। ଅଭିନେତା ପାର୍ଥ, ଅଖିଳ ପଟ୍ଟନାୟକ, ରୋଶନ ଅଗ୍ରୱଲ୍, ନିର୍ଦ୍ଦେଶକ ବବି ଇସଲାମ, ତାପସ ସରଘରିଆ, ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ, ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା ପ୍ରମୁଖ ଯୋଗ ଦେଇଥିଲେ। 

ଏଠାରେ ସୁଚନା ଯୋଗ୍ୟ ଯେ ଗତ ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ସନଲିଶା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଦାବି ରଖିଛନ୍ତି।