ନବୀନ ନୀତିଶ ଭେଟ୍ ଘାଟ୍, ସାକ୍ଷାତ ନେଇ ନାନା କଳ୍ପନା ଜଳ୍ପନା

ନବୀନ କହିଲେ ସୌଜନ୍ୟମୂଳକ ସାକ୍ଷାତ, ମେଣ୍ଟ ନେଇ ହୋଇନି କୌଣସି ଆଲୋଚନା । ନୀତୀଶ କହିଲେ, ଆମେ ପୁରୁଣା ବନ୍ଧୁ, ଭେଟିବାକୁ ଆସିଥିଲି ।

ନବୀନ ନୀତିଶ ଭେଟ୍ ଘାଟ୍, ସାକ୍ଷାତ ନେଇ ନାନା କଳ୍ପନା ଜଳ୍ପନା

ଭୁବନେଶ୍ଵର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି କିଛି ଏହିପରି ବୟାନ ଦେଇଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ।

ସେ ଆହୁରି ମଧ୍ୟ କହିଛନ୍ତି ସମୟ ଆସିଲେ ସବୁ ଜଣାପଡିବ । ସେପଟେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଆମେ ପୁରୁଣା ବନ୍ଧୁ । ବହୁ ଦିନ ପରେ ଏକାଠି ବସି ଆଲୋଚନା କରିଛୁ ।

ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ଏହି ଭେଟଘାଟରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ପୁରୀରେ ବିହାରରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିହାର ଭବନ ବାବଦକୁ ଦେଢ ଏକର ଜମି ପ୍ରଦାନ କରାଯିବା ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ବୋଲି ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏପରିକି ପୁରୀରେ ବିହାର ଭବନ ପାଇଁ ମାଗଣାରେ ଜମି ପ୍ରଦାନ କରାଯିବ ବୋଲି କହିଛନ୍ତି ନବୀନ । ଏହା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ନବୀନ । ଅନ୍ୟପଟେ ନୀତିଶ କହିଛନ୍ତି, ଏହାପୂର୍ବରୁ ଅନେକଥର ମୁଁ ଏଠାକୁ ଆସିଛି । କିନ୍ତୁ କରୋନା କାରଣରୁ ଦୀର୍ଘ ଦିନ ହେବ ଦେଖା ହୋଇନଥିଲା । ତେଣୁ ଆସିବାକୁ ଇଚ୍ଛା କରି ଚାଲି ଆସିଲି ବୋଲି କହିଛନ୍ତି ନୀତିଶ ।

ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଓଡିଶା ଗସ୍ତକୁ ନେଇ ଯେଉଁ କଳ୍ପନା-ଜଳ୍ପନା କରାଯାଉଥିଲା ତାହାର ଅନ୍ତଃ ଘଟାଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳର ମୁଖିଆ । ନୂଆ ସାମୁଖ୍ୟକୁ ନେଇ ଯେଉଁ ସବୁ ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବୀନ – ନୀତୀଶ ।

କେବଳ ସେତିକି ନୁହେଁ ଆଜି ନବୀନ ନିବାସରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି । ସାଥିରେ ଗୋଟିଏ ଟେବୁଲ ରେ ନବୀନ ଙ୍କ ବ୍ୟକ୍ତିଗତ ସଚୀବ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଅଛନ୍ତି