ଏପ୍ରିଲ ୩ରେ ଜାପାନ ଯିବେ ନବୀନ, ରାଜ୍ୟ ରେ ଶିଳ୍ପାୟନ ନେଇ ପୁଞ୍ଜି ନିବେଶ ଲକ୍ଷ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୩ରେ ଜାପାନ ଗସ୍ତରେ ଯାଇ ୯ତାରିଖରେ ଫେରିବେ ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶା ରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ

ଏପ୍ରିଲ ୩ରେ ଜାପାନ ଯିବେ ନବୀନ, ରାଜ୍ୟ ରେ ଶିଳ୍ପାୟନ ନେଇ ପୁଞ୍ଜି ନିବେଶ ଲକ୍ଷ

ଓଡ଼ିଶା ରେ ଶିଳ୍ପାୟନ ପାଇଁ ଜାପାନ ଯିବେ ନବୀନ , ପୁଞ୍ଜି ନିବେଶକ ଙ୍କୁ ଭେଟି ରାଜ୍ଯ ର ଭିତ୍ତିଭୂମି ନେଇ ଅବଗତ କରାଇବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ତାରିଖରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମେକ ଇନ୍ ଓଡ଼ିଶା ସଂସ୍କରଣରେ ଭାଗ ନେଇ ଓଡ଼ିଆ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପୁର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଜାପାନ ରାଷ୍ଟ୍ରଦୂତ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗ ଦେବା ସହ ଓସାକା ମଧ୍ୟ ଯିବେ ବୋଲି ଜଣାପଡ଼ିଛି । ଜାପାନରେ ଭାରତର କନସୁଲ ଜେନରାଲ ଭାବେ କାର୍ଯ୍ୟରତ ଓଡ଼ିଆ ଆଇଏଫଏସ୍ ନିଖିଳେଶ ଚନ୍ଦ୍ର ଗିରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରୟାସ କରୁଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏପ୍ରିଲ ୩ରେ ଜାପାନ ଗସ୍ତରେ ଯାଇ ୯ତାରିଖରେ ଫେରିବେ । ଏହି ସପ୍ତାହ ବ୍ୟାପୀ ଗସ୍ତକାଳ ରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା, ଦିଲ୍ଲୀସ୍ଥିତ ଆବାସିକ କମିଶନର ରବିକାନ୍ତ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା ପ୍ରମୁଖ ଯିବେ ବୋଲି ଜଣାପଡ଼ିଛି । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ଏହି ଗସ୍ତରେ ଯିବାର ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶା ରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ । ଓଡ଼ିଶା ରେ ବିଶେଷକରି ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ, କେମିକାଲସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନାର ଫାଇଦା ନେବାକୁ ଆହ୍ୱାନ କରିବେ ।

୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ‘ଜାପାନ’ କଣ୍ଟ୍ରି ପାଟର୍ନର ଭାବେ ସାମିଲ ହୋଇଥିଲା । ୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଜାପାନ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଟପ୍‌ ବିଜ୍‌ନେସ୍‌ ଆଇକନ୍‌ ମାନଙ୍କୁ ଭେଟି ରାଜ୍ୟରେ ନିବେଶ ନେଇ ବିସ୍ତୃତ ଆଲୋଚନା ହେବ। ନିବେଶ ପାଇ ଓଡ଼ିଶାରେ ଥିବା ସମ୍ଭାବନାର ରୋଡ଼ ମ୍ୟାପ ଦେଖାଇବେ ନବୀନ। ୱାନ୍ ଟୁ ୱାନ୍ ଆଲୋଚନା ସହ ରୋଡ୍ ଶୋ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର ମାନଙ୍କୁ ଆକୃଷ୍ଟ କରିବେ । ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ଓଡ଼ିଶା ରେ ପୁଞ୍ଜିନିବେଶ କରିବାର ବ୍ୟାପକ ସୁଯୋଗ ରହିଛି ବୋଲି ଜାପାନ ନିବେଶକାରୀଙ୍କୁ ବୁଝାଇବେ । ଓଡ଼ିଶା ସରକାର ଶିଳ୍ପାୟନକୁ ଯେପରି ପ୍ରାଧାନ୍ୟ ଦେଉଛନ୍ତି ସେହିପରି ଓଡ଼ିଶା ସହ ମଧ୍ୟ ଜାପାନର ବାଣିଜ୍ୟିକ ସୁସମ୍ପର୍କ ରହିଛି। । ଓଡ଼ିଶାର ନୂଆ ଶିଳ୍ପନୀତି ସହ ସବୁ କ୍ଷେତ୍ରରେ ନିବେଶକାରୀଙ୍କୁ ରାଜ୍ୟ ସରକାର ପ୍ଲସ୍ ୱାନ୍ ସୁବିଧା ଯୋଗାଇ ଦେଉଥିବା କଥା ମଧ୍ୟ ଆଲୋଚନା ହେବ ।

୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ କଣ୍ଟି୍ରି ପାର୍ଟନର ଥିବା ଜାପାନ ସହ ଓଡ଼ିଶାର ବାଣିଜି୍ୟକ ଓ ସାଂସ୍କୃତିକ ସମ୍ପର୍କ ଭଲ ଥିବାରୁ ନବୀନଙ୍କ ଜାପାନ ଗସ୍ତ ବେଶ୍ ସଫଳ ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅନ୍ୟପଟେ ଜାପାନରେ ଅଧିକ ଟେକ୍ନୋଲଜି ଭିତ୍ତିକ ଶିଳ୍ପ ରହିଥିବାରୁ ରୋମ୍, ଦୁବାଇ ପରେ ଏବେ ସୂର୍ଯେ୍ୟାଦୟର ଦେଶରୁ ପୁଞ୍ଜିର ସୁଅ ଛୁଟିବା ଆଶା କରାଯାଉଛି । ୨୦୨୨ ଅଗଷ୍ଟ ମାସରେ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ । ଏହା ସହ ରୋମ୍ ଓ ଦୁବାଇ ଗସ୍ତ ପରେ ବି ବିଦେଶରୁ ପୁଞ୍ଜିର ସୁଅ ଛୁଟିଥିଲା । ଏବେ ପୁଣିଥରେ ମୁଖ୍ୟମନ୍ତ୍ରୀ ବିଦେଶରୁ ଅଧିକ ପୁଞ୍ଜି ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ।

ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ଥ୍ରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଛି । ଭାରତର ଖଣିଜ ସମ୍ପଦ କ୍ଷେତ୍ରରେ ଓଡ଼ିଶାର ସିଂହଭାଗ ରହିଛି । ଓଡ଼ିଶା ଏବେ ଶିଳ୍ପର ହବ୍‌ ପାଲଟିଛି । ପ୍ରାକୃତିକ ସମ୍ପଦରେ ଭାରତର ଟପ୍‌ ୧୧ଟି ଆଇଟିଆଇ ସଂସ୍ଥା ଓଡ଼ିଶାରେ ରହିଛି । ଏଡିବି ଓ ସିଙ୍ଗାପୁରର ଆଇଟିଇଇଏସ୍ ଓ ଓଡ଼ିଶା ସରକାରଙ୍କ ସହଭାଗିତା ରେ ଭୁବନେଶ୍ୱର ରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଓଡ଼ିଶାର ଦକ୍ଷ ମାନବ ସମ୍ବଳ ମଧ୍ୟ ପୁଞ୍ଜି ନିବେଶ ଲାଗି ସହାୟକ ହୋଇଛି । ଏବେ ଓଡ଼ିଶା ଓ ଜାପାନର ୫୨ଟି କମ୍ପାନୀ ବିଭିନ୍ନ ସେକ୍ଟର ରେ କାରବାର କରୁଛନ୍ତି ଯେଉଁଥିପାଇଁ ସାରା ଦେଶରେ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ବଡ଼ ସଫଳତା ମଧ୍ୟ ସାଉଁଟିଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତବର୍ଷ ଅଗଷ୍ଟ ମାସରେ ଇଟାଲୀ ଗସ୍ତରେ ଯାଇଥିଲେ । ଫେରିବାବାଟରେ ଦୁବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେଇ ପ୍ରାୟ ୨୨ହଜାର କୋଟି ଟଙ୍କାର ନିବେଶର ପ୍ରତିଶ୍ରୁତି ଓଡ଼ିଶା ପାଇଁ ଆଣିଥିଲେ । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ନବୀନଙ୍କ ତୃତୀୟ ବିଦେଶ ଗସ୍ତ ହେବ । ୨୦୧୨ରେ ସେ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ୨୦୨୨ରେ ଇଟାଲୀ ଓ ଦୁବାଇ ଗସ୍ତରେ ଯାଇଥିଲେ । କିପରି ଭାବେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସି ବିନିଯୋଗ ହେବା ସହିତ ସମୃଦ୍ଧ ହେବ ଓଡ଼ିଶା, ଶିକ୍ଷିତ ଯୁବକ କର୍ମନିଯୁକ୍ତି ପାଇବେ, ସେନେଇ ମୁଖ୍ୟମନ୍ତ୍ରୀ ସବୁ ଯାଗାକୁ ଯାଇ ଆଲୋଚନା କରୁଛନ୍ତି। ଜାପାନ ପୁଞ୍ଜି ଭାରତକୁ ଆସିବା ଆରମ୍ଭ କରିଛି। ଓଡ଼ିଶାକୁ ଫୋକସ ପଏଣ୍ଟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଫଳପ୍ରଦ ହେବ ସମସ୍ତେ ବେଶ୍‌ ଆଶାବାଦୀ  ଥିବା ଜଣାପଡ଼ିଛି। ଓଡ଼ିଶା ନିବେଶର ଏକ ମାଇଲ ଖୁଣ୍ଟ ହେବ ବୋଲି କୁହାଯାଉଛି।