ନେତ ଉତ୍ସବ ଓ ନବଯୌବନ ଦର୍ଶନ
ଭୁବନ ରେ ନେତ୍ର ଉତ୍ସବ ଓ ନବ ଯୌବନ ବେଶ

ଭୁବନ ୧୯.୬- ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ଘୋଷ ଯାତ୍ରା ନିମନ୍ତେ ଆଜି ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶଙ୍ଖ ହୁଳହୁଳି ଘଣ୍ଟ ଘଣ୍ଟା ବୀର କାହାଳୀ କୀର୍ତ୍ତନ ମଣ୍ଡଳୀ ଙ୍କ ଗହଣରେ ତିନି ରଥରେ ନେତ ବନ୍ଧା ଯାଇଥିଲା । ଅଣସର ପରେ ଆଜି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ନବ ଯୌବନ ବେଶ ଅନୁଷ୍ଠିତ ହୋଇଥିଲା। ନବ ଯୌବନ ବେଶ ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ରେ ପୂଜକ ମାନେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଆସନ୍ତା କାଲି ସକାଳ ୭ ଘଟିକା ସମୟରେ ଦେଉଳ ଫିଟା,ଦ୍ଵାରପାଳ ପୂଜା,ମଙ୍ଗଳ ଆଳତି,୮ଘଟିକାରେ ପାଟବସ୍ତ୍ର ଆନୟନ,୧୦ ଘଟିକା ରେ ଆଜ୍ଞାମାଳ ବିଜେ,୧୧ ଘଟିକା ରେ ମହାପ୍ରସାଦ ନୀତି ,୧୨ ଘଟିକା ରେ ରଥ ପ୍ରତିଷ୍ଠା, ୧ ଘଟିକା ରେ ପହଣ୍ଡି ଆରମ୍ଭ,୨ ଘଟିକା ରେ ଛେରା ପହଁରା,୩ ଘଟିକା ରେ ରଥ ଟଣ। ଆରମ୍ଭ ଓ ସନ୍ଧ୍ୟା ୬ଘଟିକା ସମୟରେ ନୂଆ ବଜାର ଲକ୍ଷ୍ମୀ ମଣ୍ଡପ ସମ୍ମୁଖରେ ବିଶ୍ରାମ ଏବଂ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି।