ରାଜ୍ୟର ୬୭୯୯ ଗାଁରେ ନାହିଁ ମୋବାଇଲ ସେବା

ରାଜ୍ୟର ୬୭୯୯ ଗାଁରେ ନାହିଁ ମୋବାଇଲ ସେବା

ରାଜ୍ୟର ୬୭୯୯ ଗାଁରେ ନାହିଁ ମୋବାଇଲ ସେବା

ସାମ୍ପ୍ରତିକ ସମୟରେ ମୋବାଇଲ୍‍ ଏବଂ ଇଣ୍ଟରନେଟ୍‍ ସଂଯୋଗ ସାଧାରଣ ଜୀବନଚର୍ଯ୍ୟାର ଅଭିଚ୍ଛେଦ୍ୟ ଅଙ୍ଗ ପାଲଟିଛି। କିନ୍ତୁ ଆଜି ବି ଓଡ଼ିଶାର ବହୁ ଅଞ୍ଚଳର ଲୋକେ ମୋବାଇଲ୍‍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ଯାହାକୁ ନେଇ ଆଜି ବିଧାନସଭାରେ ବିଧାୟକ ନବ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତ ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଓଡିଶାରେ ଅଦ୍ୟାବଧି ୬୭୯୯ ଗ୍ରାମରେ ମୋବାଇଲ୍ ସେବା, ଟେଲିକମ୍ ସେବା ଓ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ ।

କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ଥିବା ୩ ଗୋଟି ମୋବାଇଲ ସେବା ପାଇଁ ମୋଟ ୩୬୭୩ଟି ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମି ବିନା ମୂଲ୍ୟରେ ଆବଣ୍ଟନ କରାଯାଇଛି ।ଏହାସହ ଉତ୍ତରରେ ତୁଷାରକାନ୍ତି ବେହେରା କହିଛନ୍ତି, ଆଗାମୀ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୋବାଇଲ ସେବା ଉପଲବ୍ଧ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଭିନ୍ନ ନୀତି ସମ୍ବଳିତ ଓଡ଼ିଶା ମୋବାଇଲ ଟାୱାର୍ସ, Optical Fiber Cables and related Telecom Infrastructure Policy,2017 ଶୀର୍ଷକ ଏକ ସଂକଳ୍ପ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।
ମୋବାଇଲ୍‍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ଏହାକୁ ଗୁରୁତ୍ୱକୁ ଉପଲବ୍ଧି କରି ଭାରତ ସରକାର ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ମୋବାଇଲ୍‍ ଟାୱାର ସ୍ଥାପନ କରିବା ଆବଶ୍ୟକ ବୋଲି ସଂସଦରେ ମାନସ ଦାବି କରିଥିଲେ।

ଗତ ଗୁଲାଇ ମାସରେ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଆର ଚନ୍ଦ୍ରଶେଖର କହିଥିଲେ ଓଡ଼ିଶାର ଭୌଗୋଳିକ ସ୍ଥିତି ପାଇଁ ଇଣ୍ଟରନେଟ ସେବା ପ୍ରଭାବିତ ହେଉଛି। ବର୍ତ୍ତମାନ ସୁଦ୍ଧା ୪୫ ହଜାର୯୮୯ ଗାଁରେ ଭଏସ କଭରେଜ ଓ ୪୪, ୩୮୪ ଗାଁରେ ୪ଜି ସେବା ଉପଲବ୍ଧ ଅଛି। ଆର୍ଥିକ ଅନଗ୍ରସର ଲୋକ କିଭଳି ଇଣ୍ଟରନେଟର ସୁବିଧା ନେଇପାରିବେ ସେନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମୁଖ୍ୟତଃ ଏଲଡବ୍ୟୁଇ(LWE-2) ପରିଯୋଜନାରେ ୧୬୨ଟି ଟାୱାର ସ୍ଥାପିତ କରାଯାଇଥିବା ବେଳେ ଆକାଂକ୍ଷା ଜିଲ୍ଲା କଭରେଜ ପରିଯୋଜନାରେ ୧୪୯ ଟି ଟାୱାର ସ୍ଥାପନା କରାଯାଇଛି। ସେହିଭଳି ବିଏସ୍‌ଏନ୍‌ଏଲ୍‌ ଦ୍ବାରା ୨ଜି ନେଟର୍ୱକକୁ ୪ଜିରେ ପରିବର୍ତ୍ତନ କରାଯିବା ସହ ଏଲଡବ୍ୟୁଇ-୧ ପରିଯୋଜନାରେ ମଧ୍ୟ ସମାନ କାମ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।