ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ ।

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଦେଇଛନ୍ତି । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ । ଏବେ କେବଳ ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ । ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ହେବ । ନବମ ପାଇଁ ବାର୍ଷିକ ପରୀକ୍ଷା ହେବ, ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ । କରୋନା ପାଇଁ ସମେଟିଭ ବ୍ୟବସ୍ଥା ହୋଇଥିଲା । କରୋନା ପରେ ପୁଣି ପୁରୁଣା ପରୀକ୍ଷା ପଦ୍ଧତିରେ ପରୀକ୍ଷା କରିବା ଲାଗି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।