ମନୀଷ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ମନୀଷ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ସିସୋଦିଆଙ୍କ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ୧୪ ଜୁଲାଇରେ ଶୁଣାଣି କରିବେ। ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି ଏହି ମାମଲାକୁ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନିକଟରେ ରଖିଛନ୍ତି, ଯାହା ଉପରେ କୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି।

ସିଙ୍ଘଭି କହିଛନ୍ତି, ସିସୋଦିଆଙ୍କ ପତ୍ନୀ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେଣୁ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ କିନ୍ତୁ ହାଇକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଗତ ଗୁରୁବାର ସିସୋଦିଆ ତାଙ୍କ ଜାମିନ ମାମଲାରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ଇଡିର ଚଢାଉ ପରେ ତାଙ୍କୁ ଗିରଫ କରାଯାଇଥିଲା।ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଏହି ମାମଲାରେ ମନୀଷ ସିସୋଦିଆ, ଅମନଦୀପ ସିଂହ ଧଳ, ରାଜେଶ ଯୋଶୀ, ଗୌତମ ମାଲହୋତ୍ରା ଏବଂ ଅନ୍ୟମାନଙ୍କର ୫୨.୨୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ ମନୀଷ ସିସୋଦିଆଙ୍କ ଦୁଇଟି ସ୍ଥାବର ସମ୍ପତ୍ତି, ରାଜେଶ ଯୋଶୀ/ଚାରିଟେବଲ୍ ପ୍ରଡକ୍ସନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ଜମି/ସମ୍ପତ୍ତି ରହିଛି। ଜବତ ତାଲିକାରେ ଗୌତମ ମାଲହୋତ୍ରାଙ୍କ ଜମି ଏବଂ ଫ୍ଲାଟ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ଇଡି ସିସୋଦିଆଙ୍କ ଅସ୍ଥାବର ସମ୍ପତ୍ତିକୁ ମଧ୍ୟ ଜବତ କରିଥିଲା। ଏଥିରେ ରହିଛି ୧୧.୪୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବ୍ରିଣ୍ଡକୋ ସେଲ୍ସ ପ୍ରାଇଭେଟ୍ ଲିମିଟେଡର ବ୍ୟାଙ୍କ ବାଲାନ୍ସ ଏବଂ ୪୪.୨୯ କୋଟି ଟଙ୍କା ରହିଛି ।