ଆଜି ୟୁଟର୍ଣ୍ଣ ମାରିଛନ୍ତି ମୋହନ ସରକାର

ଆଜି ୟୁଟର୍ଣ୍ଣ ମାରିଛନ୍ତି ମୋହନ ସରକାର

ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଆଡ଼ପ ପହଣ୍ଡିରେ ବିରାଟ ବିଭ୍ରାଟକୁ ନେଇ ଆଜି ୟୁଟର୍ଣ୍ଣ ମାରିଛନ୍ତି ମୋହନ ସରକାର। ଗୁରୁବାର ରାତିରେ ପ୍ରଥମ ପଦକ୍ଷେପ ନେଇଛନ୍ତି। ଆଗକୁ ଆହୁରି ପଦକ୍ଷେପ ହେବ ବୋଲି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି। ଏତେବଡ଼ ବିଭ୍ରାଟକୁ ମହାପ୍ରଭୁଙ୍କ ଲୀଳା କହିବା ପରେ ସାରା ବିଶ୍ୱରୁ ପ୍ରତିକ୍ରିୟା ବଢ଼ିଥିଲା।

ବିରୋଧୀ ଦଳ ଚାପରେ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପ୍ରଥମେ ମୁଖ୍ୟ ପ୍ରଶାସକ ପଦରୁ ବୀର ବିକ୍ରମ ଯାଦବଙ୍କୁ ହଟାଇ ଅରବିନ୍ଦ ପାଢ଼ୀଙ୍କୁ ବସାଇଛନ୍ତି। ଏହାପରେ ତଦନ୍ତ ହେବ ଓ ଆଗକୁ ଆହୁରି ପଦକ୍ଷେପ ନିଆଯିବ ବୋଲି ମନ୍ତୀ କହିଛନ୍ତି।

ମହାପ୍ରଭୁଙ୍କ ଆଡ଼ପ ଯାତ୍ରାରେ ସବୁଠୁ ବଡ଼ ବିଭ୍ରାଟ ହେଲା। ଇତିହାସରେ କେବେ ହୋଇ ନଥିବା ଅଘଟଣ ଘଟାଇ ଦେଲେ ଉତଶୃଙ୍ଖଳ ସେବକମାନେ। ମାତ୍ରାଧିକ ସେବକଙ୍କ ଉପସ୍ଥିତି ସାଙ୍ଗକୁ ରଥ ଉପରେ ଦିଅଁଙ୍କ ସହ ସେଲଫୀ ଏବଂ ରିଲ୍ସ ବନାଇବା ହେଲା କାଳ। ଶ୍ରୀମସ୍ତକରେ ଲାଗିଥିବା ପାଟ ରସି ହୁଗୁଳା ହୋଇଯିବା ଘଟଣାକୁ କେହି ନଜର ଦେଲେ ନାହିଁ। ଶ୍ରୀଅଙ୍ଗ ସୁରକ୍ଷା ଛାଡ଼ି ଯୁବ ଦଇତା ଓ ସେବାୟତମାନେ ରଥ ଉପରେ ତୁଳସୀ ମାଳ ଫିଙ୍ଗାଫପଡ଼ା ଲାଗୁଥିଲେ। ସେଲଫି ଉଠାଇବା ଏବଂ ରିଲ୍ସ କରୁଥିଲେ। ଏହି ସମୟରେ ଘଟିଲା ଇତିହାସର ସବୁଠୁ ବଡ଼ ଅଘଟଣ। ବଡ଼ ଠାକୁର ପଡ଼ିଗଲେ।

ଏପରି ସମ୍ବେଦନଶୀଳ ଘଟଣାରେ ଉଦବେଗ ବଢ଼ିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ପଠାଇଥିଲେ। ସରକାରଙ୍କ ଦୁଇ ମନ୍ତ୍ରୀ ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ନଜାଣି ଏହାକୁ ଠାକୁରଙ୍କ ଲୀଳା କହିଦେଲେ। ଏହି ମନ୍ତବ୍ୟକୁ ନେଇ ଉପମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ବି ସୋସିଆଲ ମିଡିଆରେ ଟ୍ରୋଲ ହେଲେ। ଏହାବ୍ୟତୀତ ଗଜପତିଙ୍କ ଠାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ସମାଲୋଚନା କଲେ। ଏପରି ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ବଢ଼ିଲା।

ଏପରି ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ବଢ଼ିଲା। ମୋହନ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଲା।

ଶେଷରେ ମୋହନ ସରକାର ରାତାରାତି ମୁଖ୍ୟ ପ୍ରଶାସକଙ୍କୁ ହଟାଇ ଦେଲେ। ଏବେ ୩ଜଣିଆ କମିଟି ତଦନ୍ତ କରିବ ଓ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଲୀଳା କହୁଥିବା ଆଇନମନ୍ତ୍ରୀ ଏବେ ସେଠାରେ ଲୀଳା ନୁହେଁ ବିଭ୍ରାଟ କଥାକୁ ମାନି ନେଇଛନ୍ତି। ସରକାର ପଦକ୍ଷେପ ନେଇଥିବା ବେଳେ ଆଗକୁ ଆହୁରି ପଦକ୍ଷେପ ହେବ ବୋଲି କହିଛନ୍ତି। ଦେଖାଯାଉ ରାଜ୍ୟ ସରକାର ଏହି ପ୍ରସଙ୍ଗରେ କି ପଦକ୍ଷେପ ନେଉଛନ୍ତି ଓ ବେକାବୁ ସେବକଙ୍କୁ କେମିତି ସାବାଡ କରି ରଥଯାତ୍ରାକୁ ଶୃଙ୍ଖଳିତ କରୁଛନ୍ତି।