ପାରାଦୀପ ରାସ୍ତା ଟ୍ରକ୍ ଜାମ୍ ର ମୁଖ୍ୟ କାରଣ ଜେଏସଡବ୍ଲ୍ୟୁ

ପୋଲ୍ ଖୋଲିଲା ପୋର୍ଟ୍, ନିଜର କ୍ଷମତା ବାହାରେ ଅଧିକ ଗାଡ଼ି ଲୋଡ୍ କରୁଛି, କିନ୍ତୁ ଅନ୍ ଲୋଡ୍ କରୁଛି କମ୍ ଗାଡ଼ି, ବର୍ଷିଲେ ଶୀଳ୍ପମନ୍ତ୍ରୀ ଓ ଜିଲ୍ଲାପାଳ , ତୁରନ୍ତ ସମାଧାନ ପାଇଁ କଲେ ନିୟମ

ପାରାଦୀପ ରାସ୍ତା ଟ୍ରକ୍  ଜାମ୍ ର ମୁଖ୍ୟ କାରଣ ଜେଏସଡବ୍ଲ୍ୟୁ

ସମୟ ସନ୍ଧ୍ୟା ୭ଟା,

ସ୍ଥାନ ପାରାଦୀପ ସର୍କିଟ ହାଉସ୍,

ଅପେକ୍ଷା କରିଥିଲେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ତା ସହିତ ଚେତାବନୀ ଦେଇଥିବା ଜେସିସି ର ସମସ୍ତ କର୍ମକର୍ତ୍ତା। ଅବସର ଥିଲା ପାରାଦୀପ ରେ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ଓ ଧାଡ଼ି ଭାଙ୍ଗି ଡାହାଣ ପଟରେ ଆସୁଥିବା ଆଇରନ୍ ଟ୍ରକ୍ ଓ ପ୍ୟାଲେଟ୍ ଗାଡ଼ି ବା ଯାହାକୁ କୁହାଯାଉଛି ଗୁଲି ଗାଡ଼ି, ତା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ । ବାସ୍ କିଛି ସମୟ ପରେ ଆସି ପହଞ୍ଚିଥିଲେ ପାରାଦୀପ ର ଉଦୀୟମାନ ଯୁବକ ତଥା ରାଜ୍ୟ ଶୀଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁ । ପହଞ୍ଚିବାର କିଛି କ୍ଷଣ ମଧ୍ୟରେ ଆରମ୍ଭ ହୋଇଥିଲା ବୈଠକ । ଯେଉଁଥିରେ ମାନ୍ୟବର ମନ୍ତ୍ରୀ ଙ୍କ ସମେତ ଜଗତସିଂହପୁର ଜିଲ୍ଲାର ନୁତନ ଜିଲ୍ଲାପାଳ ଜେ ସୋନାଲ୍, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ ବେହେରା, ପାରାଦୀପ ଉପ ଆରକ୍ଷୀ ଅଧିକ୍ଷକ ସନ୍ତୋଷ ଜେନା, ପାରାଦୀପ ଆଦର୍ଶ ଥାନାର ଭାରା ପ୍ରାପ୍ତ ଅଧିକାରୀ ସୁଚିତ୍ର ବିର୍ଯ୍ୟ ଦାସ୍ , ଲକ୍ ଥାନା ଅଧିକାରୀ କୁଳମଣି ସେଠୀ ପ୍ରମୁଖ । ସେହିପରି ପାରାଦୀପ ବନ୍ଦର ପକ୍ଷରୁ ବରିଷ୍ଠ ଟ୍ରାଫିକ୍ ଅଧିକାରୀ ଶ୍ରୀମନ୍ ନାରାୟଣ ମିଶ୍ର, ଇଫକୋ, ପିପିଏଲ, ଜେଏସଡବ୍ଲ୍ୟୁ ସମେତ ଅନ୍ୟାନ୍ୟ ଷ୍ଟାକ୍ ହୋଲଡର୍ , ଏବଂ ଜେସିସି ପକ୍ଷରୁ ଅଧ୍ୟକ୍ଷ ତଥା ପାରାଦୀପ ଟ୍ରକ୍ ମାଲିକ ସଂଘର ସଭାପତି ସୁମନ୍ତ ବିଶ୍ଵାଳ , ଜେସିସି ର ସଂଯୋଜକ ତଥା ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ସଭାପତି ରାକେଶ କୁମାର ଜେନା ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଗଣ । 

ତେବେ ପ୍ରାରମ୍ଭରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ସୌମିକ ସୁଚନା ଦେବାପରେ ଆରମ୍ଭ ହୋଇଥିଲା ବହୁ ଚର୍ଚ୍ଚିତ ଓ ପ୍ରତିକ୍ଷିତ ଟ୍ରାଫିକ୍ ସମସ୍ୟା ର ଆଲୋଚନା ।

କଣ ପାଇଁ ରାସ୍ତା ଜାମ୍ ହେଉଛି ?

ଏଥି ପାଇଁ ଦାୟୀ କିଏ ?

କଣ କଲେ ଏହାର ସମାଧାନ ହେବ !

ଏନେଇ ସମସ୍ତ ଙ୍କ ମତାମତ ଲୋଡ଼ା ଯାଇଥିଲା। ତେବେ ଆରମ୍ଭ ରୁ ଧାଡ଼ି ଭଙ୍ଗା ଆଇରନ୍ ଗାଡ଼ି ଓ ଡାହାଣ ପଟରେ ଆସୁଥିବା ପ୍ୟାଲେଟ୍ ବା ଗୋଲି ଗାଡ଼ି କି ପ୍ରକାର ସମସ୍ୟା ସୃଷ୍ଟି କରୁଛନ୍ତି ତାକୁ ନେଇ ଜେସିସି ର ଅଧ୍ୟକ୍ଷ ସୁମନ୍ତ ବିଶ୍ଵାଳ ବିସ୍ତୃତ ଭାବରେ ବୁଝାଇ ଦେଇଥିଲେ। ତେବେ ଏହାର ପରିଣାମ କିପରି ସାଧାରଣ ଲୋକେ ଭୋଗୁଛନ୍ତି ତାହା ମଧ୍ୟ ସମସ୍ତ ଙ୍କୁ ଅବଗତ କରାଇଥିଲେ । ତେବେ ଏହାର କାରଣ ମାନ୍ୟବର ମନ୍ତ୍ରୀ ଜାଣିବାକୁ ଚାହିଁବାରୁ ସମସ୍ତ ସମ୍ପୃକ୍ତ ସଂସ୍ଥା ଓ ଅଧିକାରୀ ମାନେ ନିଜ ନିଜର ମତ ରଖିଥିଲେ। ବିଶେଷ କରି ପାରାଦୀପ ବନ୍ଦର କୁ ଜେଏସଡବ୍ଲ୍ୟୁ ର ମାତ୍ରାଧିକ କାର୍ଗୋ ଆସୁଛି। ଗୋଟିଏ ଆଇରନ୍ ଓର୍ ଫାଇନ୍ସ୍ ଆସୁଥିବା ବେଳେ ଆଉ ଗୋଟିଏ ପ୍ୟାଲେଟ୍ ପ୍ଲାଣ୍ଟ୍ ରୁ ପାଲେଟ୍ ଆସୁଛି । ଯେହେତୁ ପାରାଦୀପ ବନ୍ଦର ମଧ୍ୟ ଦେଇ ଜେଏସଡବ୍ଲ୍ୟୁ ତାର ପ୍ଲଟ୍ କୁ ଏହି ଦୁଇ ପ୍ରକାର କାର୍ଗୋ ନେଉଛି ସେଥିପାଇଁ ରାସ୍ତାରେ ଗାଡ଼ି ମୋଟର ଜାମ୍ ହେବା ସ୍ବାଭାବିକ କିନ୍ତୁ ସେଥିପାଇଁ କେତେକ ନିର୍ଦ୍ଦିଷ୍ଟ ନିୟମ କାନୁନ୍ ରହିଛି କିନ୍ତୁ ଜେଏସଡବ୍ଲ୍ୟୁ ସେସବୁ କୁ ନମାନି ବେପରୁଆ ଢଙ୍ଗରେ କାର୍ଯ୍ୟ କରୁଛି ।

ତେବେ ଡାହାଣ ପଟରେ ଯାଉଥିବା ଏ ଗୁଳି କାହାର ବୋଲି ପାରାଦୀପ ଥାନା ଅଧିକାରୀ ପ୍ରଶ୍ନ ଉଠାଇଥିବା ବେଳେ ଲକ୍ ଥାନା ଅଧିକାରୀ ବିସ୍ତୃତ ଭାବେ କେତୋଟି ରାସ୍ତା ଦୁର୍ଘଟଣା ଘଟିଛି ଓ କେତେ ମୃତାହତ ହୋଇଛନ୍ତି ସେନେଇ ତଥ୍ୟ ରଖିଥିଲେ। ଏଥି ସହ ଡାହାଣ ପଟ ରାସ୍ତା ଉପରେ କେତେକ ଗାଡ଼ି ବେଆଇନ ପାର୍କିଂ କରିଥିବା ବେଳେ କେତେ ଚାଲାଣ ମଧ୍ୟ କଟା ହୋଇଛି ସେନେଇ ମଧ୍ୟ ସୁଚନା ଦେଇଥିଲେ ।

ତେବେ ଏହି ପ୍ରସଙ୍ଗ ଉପରେ ମନ୍ତ୍ରୀ ଜାଣିବାକୁ ଚାହିଁଥିଲେ ଯେ ଜେଏସଡବ୍ଲ୍ୟୁ ତାର ପ୍ଲଟ୍ ରେ କେତେ ଗାଡ଼ି ଖଲାସ କରୁଛି ଓ ତାର କାପାସିଟୀ କେତେ । ଏନେଇ ତୁରନ୍ତ ଉପସ୍ଥିତ ଜେଏସଡବ୍ଲ୍ୟୁ ର ଜଣେ ଅଧିକାରୀ କହିଥିଲେ ଯେ ପ୍ରତିଦିନ ୧୨ଶହ ଟ୍ରକ୍ ଆମେ ଅନ୍ ଲୋଡ୍ କରୁଛୁ ଯାହାକୁ ସମ୍ପୁର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରିଥିଲେ ପାରାଦୀପ ବନ୍ଦର ଅଧିକାରୀ ଶ୍ରୀମନ୍ ମିଶ୍ର । ଶ୍ରୀଯୁକ୍ତ ମିଶ୍ର ସିଧାସଳଖ ବିଗତ ୬ମାସ ର ତଥ୍ୟ ଆଧାରରେ ପ୍ରମାଣ କରି ଦେଇଥିଲେ ଯେ ଦିନକୁ ମାତ୍ର ୬ଶହ ରୁ ୭ଶହ ଟ୍ରକ୍ ଜେଏସଡବ୍ଲ୍ୟୁ ତାର ନିଜସ୍ବ ପ୍ଲଟ୍ ରେ ଅନ୍ ଲୋଡ୍ କରୁଛି କିନ୍ତୁ କାର୍ଗୋ ଆମଦାନୀ କରିଦେଉଛି ଦୈନିକ ଦୁଇ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍ । ସେଥିରେ ପୁଣି ଆଇରନ୍ ଓର୍ ଫାଇନ୍ସ୍ ସହ ପ୍ୟାଲେଟ୍ ବି ରହୁଛି । ଯାହା ଫଳରେ ଗାଡ଼ି ସବୁ ଅନ୍ ଲୋଡ୍ ନ କରି ପାରି ରାସ୍ତା ଉପରେ ଛିଡା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛନ୍ତି । ତେବେ ଏହାର ସତ୍ୟାସତ୍ୟ ନେଇ ମଧ୍ୟ ପାରାଦୀପ ପୋଲିସ୍ ସ୍ପଷ୍ଟୀକରଣ ରଖିଥିଲା ଯାହାକୁ ନେଇ ଜେଏସଡବ୍ଲ୍ୟୁ ର ଅନ୍ୟ ଜଣେ ଅଧିକାରୀ ବାଧ୍ୟ ହୋଇ ସତ ସ୍ଵୀକାର କରିଥିଲେ। ବାସ୍ ଏହାପରେ ଆରମ୍ଭ ହୋଇଥିଲା ଜେଏସଡବ୍ଲ୍ୟୁ କମ୍ପାନୀ ଅଧିକାରୀଙ୍କ ଉପରେ ବର୍ଷଣ  ।

ଜାରୀ ହେଲା ନିୟମ -----

ସେମାନେ ତାଙ୍କର ଅନ୍ ଲୋଡିଂ କ୍ଷମତା ତୁରନ୍ତ ବୃଦ୍ଧି କରନ୍ତୁ,

ଦୈନିକ କେତେ ଗାଡ଼ି ଅନ୍ ଲୋଡ୍ କଲେ ତାର ରିପୋର୍ଟ ପ୍ରଦାନ କରି ମନ୍ତ୍ରୀ ଙ୍କୁ ଅବଗତ କରାଇବେ, 

ଏଥି ସହ ରାତି ବାରଟା ରୁ ଭୋର୍ ଚାରିଟା ଯାଏ ଗୁଲି ଗାଡ଼ି ବା ପ୍ୟାଲେଟ୍ ଗାଡ଼ି ଗୋଟିଏ ଧାଡିରେ ଚାଲିବ ।

ଯେତେ ବେଳେ ୪ଟା ବାଜିବ ସେ ସମୟରେ ଭୁତମୁଣ୍ଡାଇ ନିକଟରେ ପ୍ୟାଲେଟ୍ ଗାଡ଼ି ବନ୍ଦ୍ ହେବ ଯାହା କୁ ପୋଲିସ୍ ବନ୍ଦ୍ କରିବ ।

ଯେଉଁ ଗାଡ଼ି ସବୁ ଭୁତମୁଣ୍ଡାଇ ଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ଲମ୍ବି ଥିବେ ସେସବୁକୁ ଏକ ଘଣ୍ଟା ମଧ୍ୟରେ ବନ୍ଦର ର ଦୁଇ ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ ନଚେତ ସକାଳ ୫ଟା ହେବା ମାତ୍ରେ ବନ୍ଦର ମଧ୍ୟ ଦେଇ ଆଉ ପ୍ୟାଲେଟ୍ ଗାଡ଼ି ପ୍ରବେଶ ହୋଇ ପାରିବ ନାହିଁ ।

ବାକି ଅନ୍ୟାନ୍ୟ ସମୟରେ ଆଇରନ୍ ଓର୍ ଫାଇନ୍ସ୍ ଗାଡ଼ି ରିତିମତ କ୍ୟୁ ରେ ଯାଇ ଗୋଟିଏ ଧାଡିରେ ଅନ୍ ଲୋଡ୍ କରିବେ । ଏଥିରେ ଯେ କେହି ନିୟମ ଭଙ୍ଗ କରିବେ ସେନେଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ମନ୍ତ୍ରୀ ଆଉ ଏକ ପ୍ରସ୍ତାବ ଦେଇଥିଲେ ଯେ ସ୍କୁଲ୍ ଟାଇମ୍ ଓ ପ୍ଲାଣ୍ଟ୍ କୁ ଯିବା ଟାଇମ୍ ସକାଳେ ପଡୁଥିବାରୁ ସେହି ସମୟ କିଛି ଟା ନୋ ଏଣ୍ଟ୍ରି ଲାଗୁ କରାଯିବ । ଯାହାକୁ ନେଇ ସାଧାରଣ ଲୋକେ ଆଉ ଦୁର୍ଘଟଣା ର ଶୀକାର ହେବେ ନାହିଁ କି ଅସୁବିଧା ର ସମ୍ମୁଖୀନ ହେବେ ନାହିଁ ଯାହାକୁ ନେଇ ତାର ମଧ୍ୟ ଖୁବ୍ ଶିଘ୍ର ସମୟ ସୀମା ଧାର୍ଯ୍ୟ କରାଯିବ । ଏଥି ସହ ସିସିଟିଭି ଲଗାଇବା ସହ ଟ୍ରକ୍ ପାର୍କିଂ କରିବା ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ମଧ୍ୟ ନିରୁପଣ କରାଯିବ ବୋଲିି ନିଷ୍ପତ୍ତି ନିଆଯାଇଛି ।

ତେବେ ସବୁ କିଛି ସରି ଆସିଲା ବେଳକୁ ଜେସିସି ର ସଂଯୋଜକ ତଥା ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ସଭାପତି ରାକେଶ କୁମାର ଜେନା ଏକ ବିସ୍ପୋରକ ବକ୍ତବ୍ୟ ରଖିଥିଲେ । ଯେଉଁଥିରେ ସେ କହିଥିଲେ ଏସବୁ ଗାଡ଼ି ଜାମ୍ ହେବାର ଆଉ ଏକ ମୁଖ୍ୟ କାରଣ ହେଉଛି ପୋଲିସ୍ ର କାର୍ଯ୍ୟ ଦକ୍ଷତା । ଯଦି ପୋଲିସ୍ ପ୍ରକୃତରେ କେବେ ରାସ୍ତା ରେ ଗାଡ଼ି ଜାମ୍ ହେବ ନାହିଁ । କାହିଁକି ନା ଶହ ଶହ ଗାଡ଼ି ର ମାଲିକ ବନିଥିବା କେତେକ ଗାଡ଼ି ମାଲିକ ନିଜର ଗାଡ଼ି ଡାହାଣ ପଟରେ ଆଣି ରାସ୍ତା ପାର୍ କରାଇବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ଖାଲି ସେତିକି ନୁହେଁ ଦୁଇ ତିନୋଟି ବୋଲେରୋ ଗାଡ଼ିରେ କେତେକ ଅସାମାଜିକ ଯୁବକ କର୍ଡନ୍ କରାଇ ଆଣି ଡାହାଣ ପଟରେ ଜୋର୍ ଜବରଦସ୍ତି ଧମକ ଚମକ ଦେଇ ବନ୍ଦର ଗେଟ୍ ରେ ପ୍ରବେଶ କରାଉଛନ୍ତି ତାହା ପୁଣି ସ୍ଥାନୀୟ ପୋଲିସ ଉପସ୍ଥିତି ରେ । ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପୋଲିସ୍ ର ସହମତି ତଥା ସମ୍ପୁର୍ଣ୍ଣ ସହାୟତାରେ ଏହି କାର୍ଯ୍ୟ ହେଉଛି । ଖାଲି ସେତିକି ନୁହେଁ କେତେକ ଦଲାଲ୍ ମାନେ ମଧ୍ୟ ରାତି ତମାମ୍ ଗାଡ଼ି ଡାହାଣ ପଟରେ ଗାଡ଼ି ପାର୍ କରାଇବା ପାଇଁ କାର୍ଯ୍ୟ ରେ ନିୟୋଜିତ ହେଉଛନ୍ତି। ତେଣୁ ଯଦି ପୋଲିସ୍ ସଠିକ୍ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବ କେହି କେବେ ସାହାସ ହିଁ କରିବେ ନାହିଁ । ତେବେ ଏକଥା ଶୁଣି ସମସ୍ତେ ତାଜୁବ୍ ହେବା ସହ ଖୋଦ୍ ଜିଲ୍ଲାପାଳ କିନ୍ତୁ ଏ ସଂପର୍କରେ ବେଶ୍ ପ୍ରତିକ୍ରିୟା ଶୀଳ ହୋଇ ଉଠିଥିଲେ । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ପୋଲିସ୍ ପ୍ରଶାସନ କୁ କହିବା ସହ ଯଦି ଆପଣ ମାନଙ୍କ କିଛି ସମସ୍ୟା ରହୁଛି କୁହନ୍ତୁ ନହେଲେ ମୁଁ କିଛି ଦିନ ଦେଖୁଛି ଯଦି ଅବସ୍ଥାରେ ସୁଧାର ନ ଆସିବ ମୋ କାମ ମୁଁ ଆରମ୍ଭ କରିବି ବୋଲି ଦୃଢ କଣ୍ଠରେ କହିଥିଲେ । ଏପରିକି କୁଜଙ୍ଗ ତହସିଲଦାର ଓ ଆର୍ ଟି ଓ ଙ୍କୁ ଏକ ସ୍ବତନ୍ତ୍ର ଏନ୍ ଫୋର୍ସ ମେଣ୍ଟ୍ ସ୍କ୍ୱାର୍ଡ ଗଠନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଖାଲି ସେତିକି ନୁହେଁ ଅତ୍ୟନ୍ତ ନମ୍ରତା ଓ ଭଦ୍ର ସହକାରେ ବୁଝାଇ ଦେଇଥିଲେ ଯେ ପାରାଦୀପ ବନ୍ଦର ଏକ ଇଣ୍ଡଷ୍ଟ୍ରିଆଲ୍ ହବ୍ ହେବାକୁ ଯାଉଛି। ଯାହାକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଞ୍ଚଳକୁ ପୂର୍ବ ଭାରତ ର ବିକଶିତ ଭାରତର ପୂର୍ବୋଦୟ ବୋଲି ବ୍ୟାଖ୍ୟା କରିଛନ୍ତି। ସେଥିପାଇଁ ଏଥି ନିମନ୍ତେ ସମସ୍ତ ଙ୍କ ସାହାଯ୍ୟ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ ଯାହାକି ଏହି କଥା ସମସ୍ତ ଙ୍କ ହୃଦୟ ଛୁଇଁଥିଲା 

ତେବେ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ନେଇ ପୁର୍ବରୁ ଜେସିସି କିପରି ସଡକ ସୁରକ୍ଷା କାର୍ଯ୍ୟ ସୁଚାରୁ ରୂପେ ତୁଲାଉଥିଲା ଏବଂ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏକ ଆପ୍ରିସିଏସନ୍ ଲେଟର ଦେଇଥିଲେ ତାହା ମଧ୍ୟ ଜେସିସି ର ଚେୟାରମ୍ୟାନ୍ ସୁମନ୍ତ ବିଶ୍ଵାଳ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଦେଖାଇଥିଲେ କିନ୍ତୁ ପରିଶେଷରେ ଜିଲ୍ଲାପାଳ ଏସବୁ ନିୟମ ପାଳନ ନେଇ ପୋଲିସ ପ୍ରଶାସନ କୁ ସମସ୍ତେ ସହଯୋଗ କରିବା ସହିତ ସମ୍ପୃକ୍ତ କମ୍ପାନୀ ଓ ଷ୍ଟାକ୍ ହୋଲଡର୍ ମାନେ ସେମାନଙ୍କର ସୁରକ୍ଷା କର୍ମୀ ନିୟୋଜିତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଏହା ଉପରେ ସମସ୍ତ ଙ୍କ ନଜର ରହିବ ଏବଂ କିଛି ଦିନ ଅନୁଧ୍ୟାନ କରିବା ପରେ ପୁନର୍ବାର ବୈଠକ ଡକାଇ ପୁଣି କିଛି ନିୟମ ଲାଗୁ କରାଯିବା ନେଇ ସୁଚନା ଦେଇଥିଲେ ।

 ତେବେ ବିଗତ ଦିନମାନଙ୍କରେ ଯାହା ଘଟିଛି ତାର ଯେପରି ପୁନରାବୃତ୍ତି ନହୁଏ ଏବଂ ଏଥି ପାଇଁ ସମସ୍ତେ ଅତ୍ୟନ୍ତ ଆନ୍ତରିକତାର ସହ ଏଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଙ୍କୁ କୁହାଯାଇ ବୈଠକ ର ପରି ସମାପ୍ତି ଘଟିଥିଲା।