ଫିରିଙ୍ଗିଆ ରେ ସ୍ୱାଧୀନତା ଦିବସ ପାଳିତ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଧୁମ ଧାମରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି

କନ୍ଧମାଳ ୧୫/୦୮/୨୩ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଧୁମ ଧାମରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି l ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ବ୍ଲକ ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କରା ଯାଇଥିବା ବେଳେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର ଜାତୀୟ ପତାକା ଉତ୍ତ୍ୱଳନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ଥାନା ଅଧିକାରୀ ରମେଶ କୁମାର ପ୍ରଧାନ,ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପାତ୍ର,ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର, ଅଷ୍ଟମ ଆଇ ଆର ବି ସୁବେଦାର ଦାସରଥୀ ସୋରେନ, ଙ୍କ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବେସରକାରୀ ଅନୁଷ୍ଠାନ ର ଅଧିକାରୀ ଏବଂ ବ୍ଲକ ର ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l
ସ୍ୱାଧୀନତା ଦିବସ ଅବସରରେ ପ୍ୟାରେଡ, ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା l ଅନୁ ରୂପ ଭାବରେ ଫିରିଙ୍ଗିଆ ବ୍ଲକ, ଶିଶୁଵିକାଶ, ଫିରିଙ୍ଗିଆ ଥାନା, ବନବିଭାଗ କାର୍ଯ୍ୟାଳୟ, ଶିକ୍ଷା ନୁଷ୍ଠାନ, ସହ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ମଧ୍ୟ ୭୭ତମ ସ୍ୱାଧୀନତା ଦିବସ ପାଳନ କରା ଯାଇଛି l