ଆଜିର ରାଶିଫଳ

ଆଜିର ରାଶିଫଳ

*ମହାବୀର ପଞ୍ଜିକା*

 *✧═════•❁❀❁•═════✧*   

 *ଅଦ୍ୟ ଅକ୍ଟୋବର ମାସ ୨୮ ତାରିଖ ୨୦୨୩ ମସିହା(ଶନିବାର)*

*ଶକାବ୍ଦ -୧୯୪୫* 

*ସମ୍ବତ -୨୦୮୦*

*ଦିଲ୍ଲୀସ୍ୱରାଦ୍ଧ-୧୪୩୧*

*ସମ୍ବତ୍ସର-ପିଙ୍ଗଳ*

*ଆଶ୍ୱିନମାସ- ଶୁକ୍ଲପକ୍ଷ*

*ତିଥି- ପୂର୍ଣ୍ଣିମା ରାତ୍ରି ଘ୦୧/୫୧ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ*

*ନକ୍ଷତ୍ର-ରେବତୀ ଦିବା ଘ୦୮/୧୧ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀ*

*ଚନ୍ଦ୍ର- ମୀନ ଦିବା ଘ୦୮/୧୧ ପର୍ଯ୍ୟନ୍ତ ତଦନ୍ତେ ମେଷ*

*ଯୋଗ- ବଜ୍ର*

*କରଣ - ବିଷ୍ଟି*

*ସୌରମାସ- ତୁଳା ୧୧ ଦିନ*

*✧═════•❁❀❁•════✧*

*ସୁର୍ୟୋଦୟ-ପ୍ରାତଃ ଘ୦୫/୫୦/୫୯*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୪୦*

*✧═════•❁❀

*ଯୋଗିନୀ ବାୟବ୍ୟେ ରାତ୍ରି ଘ୦୧/୫୧ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ*

 *ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ବୃଷ,ସିଂହ ଓ କନ୍ୟା ରାଶିର ଘାତବାର* 

*ମେଷ ରାଶିର ଘାତଚନ୍ଦ୍ର* 

✧═════•❁❀❁•═══

*କାଳବେଳା -ଦିବା ଗତେ ଘ୦୭/୧୮ ମଧ୍ୟେ ଓ ଦିବା ଘ୦୩/୪୪ ଗତେ ଘ୦୫/୧୧ ମଧ୍ୟେ*

*ବାରବେଳା - ଦିବା ଘ୧୨/୫୨ ଗତେ ଘ୦୨/୨୦ ମଧ୍ୟେ*

══•❁❀❁•═

*ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୨୮ ଗତେ ଘ୦୯/୫୦ ମଧ୍ୟେ ଓ ଘ୦୨/୨୧ ଗତେ ଘ୦୩/୨୭ ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୨/୦୧ ଗତେ ଘ୦୨/୪୭ ମଧ୍ୟେ*

═✧*══•❁❀❁•═════✧

*ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ*

*ଅଦ୍ୟ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ସଂଘଠିତ ହେବ ।*

*ଗ୍ରହଣ ସ୍ପର୍ଶ ପୁରୀକୁ ଦୃଶ୍ୟ ରାତ୍ରି ଇଂଘ୧।୧୫ମି.(I.S.T.) ପୂର୍ବବ୍ୟାପି ଐଶାନ୍ୟେ କୋଣେ ।*

*ଗ୍ରହଣ ମଧ୍ୟ ରାତ୍ରି ଇଂଘ୧।୫୦ ମି.(I.S.T.)*

*ଗ୍ରହଣ ସର୍ବମୋକ୍ଷ ରାତ୍ରି ଇଂଘ ୨।୨୫ ମି.(I.S.T) ପଶ୍ଚିମ ବ୍ୟାପି ବାୟବ୍ୟ କୋଣେ ।*

*ଗ୍ରହଣର ଆଦ୍ୟନ୍ତ କାଳ ଘ୧।୧୦ମି. । ଏ ଗ୍ରହଣ ଚନ୍ଦ୍ରମଣ୍ଡଳରୁ ପ୍ରାୟ ୪(ଚାରି) ବିଶ୍ଵା ଗ୍ରାସ କରିବ ।*

*ପାକତ୍ୟାଗ ଓ ଦେବନୀତି – ଗ୍ରହଣ ସ୍ପର୍ଶର ଘ୯ଣ୍ଟା ପୂର୍ବରୁ ଅର୍ଥାତ୍ ତା୨୮ରିଖ ଶନିବାର ଦିବା ଘ୪।୧୫ମି. ଠାରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ । ଗ୍ରହଣ ସର୍ବମୋକ୍ଷ ପରେ ସ୍ନାନ ସାରି ଦେବନୀତି ଓ ପାକ କର୍ମ କରଣୀୟ । ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ସୂତକ ନିୟମ ଲଂଘନୀୟ ।*

*═✧*══•❁❀❁•═════✧

 *ଡ:ବାୟୁନନ୍ଦନ ମିଶ୍ର*  

 *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* 

*ଅଦୃଶ୍ୟଶକ୍ତି ଭବନ*

*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*

*ମୋବାଇଲ-9437064130*

*www.adrushyashaktiastro.com*

*✧═════•❁❀❁•═════✧*  

*꧁ ଆଜିର ରାଶିଫଳ꧂*

        *✧═════•❁❀❁•═════✧*

*ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।*

*✧═════•❁❀❁•═════✧*

*ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।* 

*✧═════•❁❀❁•═════✧*

*ମିଥୁନ-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।*

*✧═════•❁❀❁•═════✧*

*କର୍କଟ -ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।* 

*✧═════•❁❀❁•═════✧*

*ସିଂହ -ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୁରଣରେ ବିଳମ୍ବ ହେବ। ସମୟ ଗୁଡିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।* 

*✧═════•❁❀❁•═════✧*

*କନ୍ୟା -ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।* 

*✧═════•❁❀❁•═════✧*

*ତୁଳା- ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।* 

*✧═════•❁❀❁•═════✧*

*ବିଛା-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।*

*✧═════•❁❀❁•═════✧*

*ଧନୁ -ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।*

*✧═════•❁❀❁•═════✧*

*ମକର- ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।*

*✧═════•❁❀❁•═════✧*

*କୁମ୍ଭ -ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।* 

*✧═════•❁❀❁•═════✧*

*ମୀନ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।*

*✧═════•❁❀❁•═════✧*