ଗାଡିରୁ ୩୦କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଗାଡିରୁ ୩୦କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଗାଡିରୁ ୩୦କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଆଜି ପୁଣି ଏକ ଗଂଜେଇ ବୋଝେଇ ଗାଡି ସହିତ ତିନିଜଣ ଗଂଜେଇ ବେପାରୀକୁ ଗିରଫ କରିବାରେ ସଫଳ ହୋଇଛି ।ଆଜି ପାହାନ୍ତିଆରୁ ବୌଦ୍ଧ ଜିଲ୍ଲାର ଶଗଡା ଅଂଚଳରୁ ଏକ ଗଂଜେଇ ବୋଝେଇ ମହିନ୍ଦ୍ରା ଗାଡି ସୁବର୍ଣ୍ଣପୁର ସହର ପାର ହୋଇ ବିନିକା ରାସ୍ତାରେ ଯାଉଥିବା ବେଳେ ଅବକାରୀ ବିଭାଗର କର୍ମଚାରୀମାନେ ଗାଡି ଉପରେ ଚଢାଉ କରିଥିଲେ ।ଗାଡିଟି ବାହାର ପ୍ରଦେଶ ନମ୍ବର ଥିବା ବେଳେ ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଅବକାରୀ କର୍ମଚାରୀମାନେ ସଂଦେହ କରି ଗାଡିଟିକୁ ଅଟକାଇଥିଲେ ।ଗାଡି ତଲାସୀ କରିବାରେ ଦୁଇଟି ଜରିବସ୍ତାରେ ଗଂଜେଇ ଥିବା ଦେଖିବାକୁ ପାଇଥିଲେ ।ଦୁଇଟି ଜରିବସ୍ତାରେ 30 କେଜି ଗଂଜେଇ ଚୋରା ଚାଲାଣ କରି ନେଉଥିବା ଜଣା ପଡିଲା ।ତେବେ ଅବକାରୀ କର୍ମଚାରୀମାନେ ଗଂଜେଇ ବୋଝେଇ ଗାଡି ସହିତ ତିନି ଜଣ ଆନ୍ତଃ ରାଜ୍ୟ ଗଂଜେଇ ବେପାରୀଙ୍କୁ ଗିରଫ କରିଛନ୍ତି ।ଗିରଫ ଶନି କୁମାର ,ମୁକେଶ କୁମାର ଦୁଇ ଜଣ ବେପାରୀ ବିହାର ପ୍ରଦେଶର ହୋଇଥିବା ବେଳେ ଗିରଫ ଅନ୍ୟଜଣେ ଅଭିଯୁକ୍ତ ଅନିଲ ପାଣ୍ଡେ ଝାରଖଣ୍ଡ ପ୍ରଦେଶର ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର