ଘରର ସୁଖଶାନ୍ତି ପାଇଁ କରନ୍ତୁ ଏହିସବୁ ଉପାୟ

ଜନ୍ମ ବେଦୀ ରୁ ରତ୍ନବେଦୀ , ପବିତ୍ର ବାହୁଡା ଦଶମୀ ରେ କରନ୍ତୁ ଏହିସବୁ ଉପାୟ

ଘରର ସୁଖଶାନ୍ତି ପାଇଁ କରନ୍ତୁ ଏହିସବୁ ଉପାୟ

ଆଜି ହେଉଛି ଆଷାଢ଼ ଶୁକ୍ଲପକ୍ଷ ଦଶମୀ ତିଥି l ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା l ଭାଇ-ଭଉଣୀଙ୍କ ସହିତ ମାଉସୀମା ମା ଘରେ ପିଠା-ମିଠା ଖାଇ ମଉଜ ମଜଲିସ କରି ଶ୍ରୀମନ୍ଦିର କୁ ବାହୁଡୁଛନ୍ତି ମହାବାହୁ l ସରଧାବାଲି ରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ମଧ୍ୟରେ ମାଉସୀ ଘରକୁ ଯାଇ ଥିଲେ ଆନନ୍ଦ ଉଲ୍ଲାସ ରେ ମହାପ୍ରଭୁ , ଏହି ସମୟରେ ପ୍ରଭୁଙ୍କ ଲୀଳା ସ୍ୱଚକ୍ଷୁରେ ଭକ୍ତ ଦେଖି ଆନନ୍ଦିତ ହୋଇଥିଲେ l ଗୋଟିଏ ପରେ ମା ଲକ୍ଷ୍ମୀ ସାଆନ୍ତାଣୀ ଙ୍କ ଅଭିମାନ ମନେ ପଡୁଥିବା ବେଳେ ଅନ୍ୟ ପକ୍ଷରେ ମାଉସୀ ଘରର ସ୍ନେହ ମମତା ପ୍ରଭୁଙ୍କୁ ଭିଡି ରଖିଥାଏ l

* ଶାସ୍ତ୍ରୀୟ ବର୍ଣନା ଅନୁସାରେ ରଥଯାତ୍ରା ସମୟରେ ମହାପ୍ରଭୁ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ସମୟରେ ତାଙ୍କୁ ଦର୍ଶନ କଲେ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ବାହୁଡା ଯାତ୍ରା ସମୟରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ତକୁରାଙ୍କ ଦର୍ଶନ କଲେ ସେହି ଫଳ ପ୍ରାପ୍ତି ହୋଇଥାଏ l ମାନ୍ୟତା ରହିଛି ଯେ ଏହି ଦୁର୍ଲଭ ଦର୍ଶନ ରେ ଅଶ୍ୱମେଧ ଯଜ୍ଞ ର ଫଳ ଲାଭ ହୋଇଥାଏ l

* ଶାସ୍ତ୍ରର ମାନ୍ୟତା ଅନୁସାରେ ଏହିଦିନ ଲକ୍ଷ୍ମୀ ନାରାୟଣ ଙ୍କୁ ମିଳିତ ଭାବରେ ପୂଜାର୍ଚନା କରିବା ଦ୍ୱାରା କୋଟି ଏଇଶ୍ୱର୍ଯ୍ୟ ଲାଭ ହୋଇଥାଏ l ସ୍କନ୍ଦ ପୁରାଣ ରେ କୁହାଯାଇଛି ଯେ ନବମୀ ଦିନ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ ମହାବାହୁ l ତେଣୁ ଏହି ସମୟରେ ନିଜର ଜୀବନ ର ସକାରାତ୍ମକ ଭାବନା ପାଇଁ ରଥ ଦର୍ଶନ ର ଖୁବ ମାନ୍ୟତା ରହିଛି l

* ପୌରାଣିକ ମାନ୍ୟତା ଅନୁସାରେ ବାହୁଡା ଯାତ୍ରା ସମୟରେ ୩୩ କୋଟି ଦେବତା ରଥାରୁଢ଼ ହୋଇ ଥାଆନ୍ତି, ଯାହାକି ଖୁବ ଶୁଭ ଅଟେ l ତେଣୁ କୁହାଯାଏ ଯେ ବାହୁଡା ସମୟରେ ରଥ ଦଉଡ଼ି ଛୁଇଁବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l

* ଆଜିର ଦିନରେ ନିଜ ଘରେ ମହାପ୍ରଭୁଙ୍କ ନିକଟରେ କ୍ଷୀରି ଭୋଗ କରି ଦାନ କରିବା ଦ୍ୱାରା ଧନ ର ଅଭାବ ରହି ନଥାଏ ଓ ଜୀବନ ସର୍ବଦା ସୁଖ ସମୃଧିରେ ପୁରି ଉଠିଥାଏ l

* ଆଜିର ଦିନ ପଶୁପକ୍ଷୀଙ୍କ ସେବା ପାଇଁ ଖୁବ ଶୁଭ ଅଟେ l ଯଦି କୌଣସି ବ୍ୟକ୍ତି ଆଜି ଗୋସେବା, କିମ୍ବା ପକ୍ଷୀ ମାନଙ୍କୁ ଖାଦ୍ୟ ଓ ଜଳ ଦେବା ଭଳି ସେବା କରିଥାଏ ତେବେ ଜୀବନ ର ବିଭିନ୍ନ କଷ୍ଟ ଦୂର ହୋଇଥାଏ ଓ ପାପ କ୍ଷୟ ହୋଇଥାଏ l

* ପୌରାଣିକ ମାନ୍ୟତା ଅନୁସାରେ ଆଜିର ଦିନରେ ଘରେ ତୁଳସୀ ଓ ଅଗୁର ପକାଇ ସୁବାସିତ ଜଳ ଘରର ଚତୁର୍ପାର୍ଶ୍ୱରେ ଛିଞ୍ଚିବା ଦ୍ୱାରା ସକାରାତ୍ମକ ଶକ୍ତିର ଆଗମନ ହୁଏ l ଏହି ସୁଗନ୍ଧିତ ଜଳରେ ଭଗବାନଙ୍କୁ ମଧ୍ୟ ସ୍ନାନ କରାଇ ପାରିବେ l