ରାସ୍ତା ଉପରେ ଟ୍ରକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ
ରାସ୍ତା ଉପରେ ଟ୍ରକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ରାସ୍ତା ଉପରେ ଟ୍ରକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ବାଙ୍କୀ ବୈଦେଶ୍ୱର ଥାନା ପୁରୁଣାପାଣି ଗାଁ ଛକ ନିକଟରେ ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଜନତା । ଟ୍ରକରେ ଗୋମାଂସ ବୋଝେଇ ହୋଇଥିବା ଜାଣିବା ପରେ ଗତକାଲି ରାତିରେ ସ୍ଥାନୀୟ ବାସିନ୍ଦା ଟ୍ରକଟିକୁ ଅଟକାଇଥିଲେ । ଡ୍ରାଇଭର ସହିତ ଦୁଇଜଣ ବେପାରୀଙ୍କୁ ଅଟକ ରଖିଥିଲେ । ବୈଦେଶ୍ୱର ପୋଲିସ ଗାଡ଼ିଟିକୁ ଖସାଇଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଲୋକେ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।