ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ। ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ। ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ଗଚ୍ଛିତ ରହିଥିବା ବିପୁଳ ପରିମାଣ ଔଷଧ ଜଳିପୋଡ଼ି ପାଉଁଶ ହୋଇଯାଇଛି।ଓଡ଼ିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେଶନ ଲିମିଟେଡର ଗୋଦାମରେ ରାତି ୧୧ଟାରେ ନିଆଁ ଲାଗି ଯାଇଥିଲା । ଦୀର୍ଘ ୭ଘଣ୍ଟାର ପରିଶ୍ରମ ପରେ ସକାଳ ୬ଟାରେ ନିଆଁକୁ ଆୟତ୍ତ କରିଥିଲେ ୭ଟି ଦମକଳ ଗାଡି। ତେବେ ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ମେଡ଼ିସିନ୍, କୋଭିଡ କିଟ୍, ମାସ୍କ୍, ସାନିଟାଇଜର ସମେତ ଅକ୍ସିଜେନ୍ ସିଲିଣ୍ଡର। ୫ଟି ଦମକଳ କେନ୍ଦ୍ରର ୭ଟି ଗାଡ଼ି ଏବଂ ୪ ଥାନାର କର୍ମଚାରୀଙ୍କ ମିଳିତ ଅପରେସନ୍ ରେ ଚାଲିଥିଲା ନିଆଁ ଲିଭା କାର୍ୟ୍ୟ।
ସେପଟେ ଖବର ପାଇ ଦମକଳ କେନ୍ଦ୍ରର ୭ଟି ଗାଡ଼ି ସହ ୩୦ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ସର୍ଟ ସର୍କିଟ ଯୋଗୁଁ ଏପରି ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତରେ କାହିଁକି ଓ କେଉଁ ପରିସ୍ଥିତିରେ ଏପରି ଘଟିଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।