ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ରେ ମେଡିକାଲ ଅଫିସର ଡା ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଭୁବନ ୪.୮- ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ରେ ମେଡିକାଲ ଅଫିସର ଡା ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆସନ୍ତା ୧୦ ଅଗଷ୍ଟ ଠାରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ପାଇଁ ଔଷଧ ସେବନ ବ୍ୟବସ୍ଥା କରାଯାଇଛି l ଏଥିପାଇଁ ୭୭ ଜଣ ଅଙ୍ଗନବାଡି କର୍ମୀ, ଆଶା,ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ସ୍ୱଚ୍ଛସାଥୀ ମାନେ ଘରକୁ ଘର ବୁଲି ଔଷଧ     ଖୁଆଇବେ ବୋଲି ବ୍ୟବସ୍ଥା କରାଯାଇଛି l ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଓ ଏହା କୁ ଖାଇବା ଦ୍ୱାରା ଆମେ ଫାଇଲେରିଆ ମୁକ୍ତ ହେଇପାରିବା l ତେବେ ଅଗଷ୍ଟ ୧୦ ତାରିଖ ଦିନ, ଦିବା ୧୦ ଘଟିକା ସମୟରେ ବିଡ଼ିଓ କଲ୍ୟାଣ ସୌରଭ ଦାଶ ନିଜେ ଖାଇ ଏହାକୁ ଶୁଭାରମ୍ଭ କରିବେ l ଦିବା ୧୧ ଘଟିକା ସମୟରେ ଏନ୍ ଏ ସି ଅଧ୍ୟକ୍ଷ,ନିର୍ବାହୀ ଅଧକାରୀ ଓ ସମସ୍ତ ସରକାରୀ କର୍ମଚାରୀ ସାମୁହିକ ଭାବେ ଏହାକୁ ସେବନ କରି ଜନ ସଚେତନତା ସୃଷ୍ଟି କରିବେ ।ଏହା ପରେ ଘରକୁ ଘର ବୁଲି ଲୋକଙ୍କୁ ଔଷଧ ବଣ୍ଟନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଏଥିରେ ନିର୍ବାହୀ ଅଧକାରୀ ଶ୍ୟାମ ସୁନ୍ଦର ସାହୁ ,ମେଡିକାଲ ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ,ସ୍ବାସ୍ଥ୍ୟ କର୍ମୀ ଅମିତ କୁମାର ସାମଲ,ବିଡ଼ିଓ ,ସିଡିପିଓ ,
ବିଇଓ ,ଅଙ୍ଗନୱାଡ଼ି ,ଆଶା କର୍ମୀ ଉପସ୍ଥିତ ଥିଲେ।

ସୁଶାନ୍ତ କୁମାର ପୋଥାଳ, ଭୁବନ ଢେ଼ଙ୍କାନାଳ