ସାବାଡ଼ ହେବେ ବଣୁଆ ହାତୀ

ଗତ କିଛି ଦିନ ହେବ ରାଜ୍ୟରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ବଣୁଆଙ୍କୁ ଘଉଡ଼ାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ସାବାଡ଼ ହେବେ ବଣୁଆ ହାତୀ

ଗତ କିଛି ଦିନ ହେବ ରାଜ୍ୟରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ବଣୁଆଙ୍କୁ ଘଉଡ଼ାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଣିକି ବଣୁଆ ଓ ହିଂସ୍ର ହାତୀଙ୍କୁ ଘଉଡ଼ାଇବେ ତାଲିମପ୍ରାପ୍ତ ହାତୀ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ସ୍ଥାନରେ ହାତୀ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।

ଚନ୍ଦକା, ସାତକୋଶିଆ, କପିଳାସ ଓ ଶିପିଳିପାଳରେ ହାତୀ ପ୍ରଶିକ୍ଷଣ ବ୍ୟବସ୍ତା ହୋଇଛି। ପରେ ଦେବ୍ରିଗଡ଼ ଅଭୟାରଣ୍ୟରେ ମଧ୍ୟ ପ୍ରଶିକ୍ଷଣ ବ୍ୟବସ୍ଥା ହେବ।

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ବିଳମ୍ବିତ ରାତିରେ ବାରିପଦା ସହର ମଧ୍ୟକୁ ପସିଆସିଥିଲା ଏକ ଦନ୍ତା। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହ ସ୍କୁଲ ଗେଟ୍ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆସିଥିଲା। ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଥିଲେ। ହାତୀଟିକୁ ସହର ମଧ୍ୟରୁ ଘଉଡ଼ାଇବା ପାଇଁ ପ୍ରୟାସ କରିଥିଲେ।