ଜଳିଗଲେ ବିଦ୍ୟୁତ କର୍ମଚାରୀ

ଟ୍ରାନ୍ସଫର୍ମର ଉପରେ ମରାମତି ବେଳେ ଜଳିଗଲେ ବିଦ୍ୟୁତ କର୍ମଚାରୀ।

ଜଳିଗଲେ ବିଦ୍ୟୁତ କର୍ମଚାରୀ

ଟ୍ରାନ୍ସଫର୍ମର ଉପରେ ମରାମତି ବେଳେ ଜଳିଗଲେ ବିଦ୍ୟୁତ କର୍ମଚାରୀ। ସମ୍ବଲପୁର ସହର କ୍ଷେତରାଜପୁର ଥାନା ନିକଟରେ ଏଭଳି ଘଟଣା ଘଟିଛି। ଟାଟା ପାୱାର ଅଧୀନରେ କାମ କରୁଥିବା ଜଣେ ଠିକା କର୍ମଚାରୀ ଆଜି ବଡ଼ବଜାର ସେକ୍ସନ କ୍ଷେତରାଜପୁର ଥାନା ନିକଟ ଟ୍ରାନ୍ସଫର୍ମର ମରାମତି କରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁକୁ ନେଇ ତଦନ୍ତ ଚାଲିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।