ଲୋକପ୍ରିୟତା ର ଶୀର୍ଷ ରେ ଆଶ୍ରିତ ପଟ୍ଟନାୟକ ଙ୍କ ନିର୍ବାଚନ ପ୍ରଚାର, ସ୍ଥିତି ପରଖିଲେ ଝିଅ ପ୍ରୋଲିତା ପଟ୍ଟନାୟକ

ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ରେ ଏବେ ବେଶ୍ ଲୋକପ୍ରିୟତା ହାସଲ କରିଛି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କ ନିର୍ବାଚନ ପ୍ରଚାର।

ଲୋକପ୍ରିୟତା ର ଶୀର୍ଷ ରେ ଆଶ୍ରିତ ପଟ୍ଟନାୟକ ଙ୍କ ନିର୍ବାଚନ ପ୍ରଚାର, ସ୍ଥିତି ପରଖିଲେ ଝିଅ ପ୍ରୋଲିତା ପଟ୍ଟନାୟକ

ପିପିଲି : ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ରେ ଏବେ ବେଶ୍ ଲୋକପ୍ରିୟତା ହାସଲ କରିଛି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କ ନିର୍ବାଚନ ପ୍ରଚାର। ଲୋକେ ସ୍ବତଃ ପ୍ରବୃତ୍ତ ଭାବେ ଆଶ୍ରିତ ଙ୍କ ସହ ଯୋଡ଼ି ହେଉଥିବା ବେଳେ ତାଙ୍କ ଲୋକପ୍ରିୟତା ଏବେ ଶୀର୍ଷାଭିମୁଖୀ। ଗାଁ ଗାଁରେ, ଘରକୁ ଘର ବୁଲି ସହଯୋଗୀ ଙ୍କ ଭଲପାଇବା ଲଘୁ ଜନ ମାନଙ୍କ ସ୍ନେହ ଶ୍ରଦ୍ଧା ଓ ଗୁରୁଜନ ମାନଙ୍କ ଆଶ୍ରିର୍ବାଦ ସାଉଁଟୁଛନ୍ତି ଆଶ୍ରିତ। ତେବେ ଏଥର ନିର୍ବାଚନ ରେ ବିପୁଳ ଜନସମର୍ଥନ ଥିବାରୁ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ମାନେ ଭଲ ପ୍ରଦର୍ଶନ କରି ଜନତାଙ୍କ ଆସ୍ଥା ଭାଜନ ହେବେ ବୋଲି ଆଶ୍ରିତ ଦୃଢ଼ତାର ସହ ଆଶା ରଖିଛନ୍ତି । 

ଚଳିତ ନିର୍ବାଚନ ରଣାଙ୍ଗନ ରେ ଯେପରି ମୋଦୀ ଗ୍ୟାରେଣ୍ଟି କାର୍ଯ୍ୟ କରୁଛି ଏହା ରାଜ୍ୟ ନେତୃତ୍ୱ କୁ ଯଥେଷ୍ଟ ବଳ ଯୋଗାଉଛି । ହର୍ ଘର୍ ମୋଦୀ ଓ ଘର୍ ଘର୍ ମୋଦୀ ଚାରିଆଡ଼େ ପ୍ରକମ୍ପିତ ହେଉଥିବା ବେଳେ ଏଥିରେ ମୋଦୀ ଶାଣିତ ସ୍ବର ଜନସାଧାରଣ ରେ ବେଶ୍ ଲୋକାଦୃତ ହୋଇଛି ବୋଲି ଜଣାପଡିଛି । ତାର ପ୍ରତିଫଳନ ସ୍ବରୂପ ଏଥର ଓଡ଼ିଶା ରେ ମୋଦୀ ସରକାର ଗଠନ ହେବା ସହିତ ବିଜେପି ର ଡବଲ୍ ଇଞ୍ଜିନ୍ ସରକାର ଚାଲିବ ବୋଲି ମତପ୍ରକାଶ ପାଇଛି । 

ତେବେ ଏସବୁ ଅତ୍ୟନ୍ତ ଆଗ୍ରହ ଉତ୍ସାହ ର ସହିତ ପରଖି ଛନ୍ତି ଆଶ୍ରିତ ପଟ୍ଟନାୟକ ଙ୍କ ଅଲିଅଳି କନ୍ୟା ପ୍ରୋଲିତା ପଟ୍ଟନାୟକ । ନିଜ ବାପାଙ୍କ ସହ ଘରକୁ ଘର ବୁଲି ବାପାଙ୍କ ପ୍ରତି ଲୋକଙ୍କ ଭଲପାଇବା ଓ ସ୍ନେହ ଶ୍ରଦ୍ଧା ଦେଖି ବେଶ୍ ଅଭିଭୁତ ହୋଇ ପଡ଼ିଛନ୍ତି ପ୍ରୋଲିତା ପଟ୍ଟନାୟକ । ତା ସହିତ ବାପାଙ୍କ ବିଜୟ କାମନା କରି ଲୋକ ମାନଙ୍କ ଆସ୍ଥାଭାଜନ ହେବା ନେଇ ମଧ୍ୟ ଆଶାବ୍ୟକ୍ତ କରିଛନ୍ତି ।