ତାରିଖ ଆଗରୁ ପ୍ରାର୍ଥୀ ଘୋଷଣା

ତାରିଖ ଆଗରୁ ପ୍ରାର୍ଥୀ ଘୋଷଣା

ଲୋକସଭା ନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇନି। କିନ୍ତୁ ଫୁଲ୍‌ ଦମ୍‌ରେ ପ୍ରସ୍ତୁତି ଜାରି ରଖିଛି ବିଜେପି। ତେବେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଏବେ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି। ଆସନ୍ତା ସପ୍ତାହରେ ବିଜେପି ୧୦୦ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ।

ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ପରି ହେଭିୱେଟଙ୍କ ନାଁ ରହିପାରେ । ଜାତୀୟ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା ହେଉଛି । ଆସନ୍ତା ୨୯ ତାରିଖ ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଆଉଏହି ବୈଠକ ପରେ ଦଳ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ତାଲିକା ଘୋଷଣା କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚାର୍ଚ୍ଚା ଲାଗିରହିଛି। ପ୍ରଥମ ପର୍ଯ୍ୟାୟ ତାଲିକା ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ କାରଣ କେନ୍ଦ୍ରର ମୋଦି ସରକାର ୫୪୩ ଲୋକସଭା ଆସନରୁ ୩୭୦ ସିଟ୍ ଏବଂ ଏନଡିଏ ୪୦୦ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି ।