ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଭୂ-କମ୍ପ

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଭୂ-କମ୍ପ

ଆଉ ମାତ୍ର କିଛି ଘଂଟା ପରେ ଆରମ୍ଭ ହୋଇଯିବ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ଆରମ୍ଭ । ହେଲେ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଥରିଲାଣି ଗୁଜୁରାଟ୍‌। ଆଶ୍ଚର୍ଯ୍ୟ ହୋଇଗଲେ କି ? କାରଣ ଗତକାଲି ବିଳମ୍ବିତ ରାତିରେ ଗୁଜୁରାଟ୍‌ରେ ଅନୁଭୂତ ହୋଇଛି ଭୂ-କମ୍ପ । ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ୱାର୍ଲ୍ଡକପର ହାଇଭୋଲଟେଜ ଲଢ଼େଇ ହେବାକୁ ଯାଉଛି ।

ଏହି ମ୍ୟାଚ୍‌ ଗୁଜରାଟ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ମ୍ୟାଚ ପୂର୍ବରୁ ଭୂ-କମ୍ପରେ ଥରିଛି ଗୁଜରାଟର କଚ୍ଛ ସହର । ଯାହାର ତିବ୍ରତା ରିକ୍ଟର ସ୍କେଲରେ ୨.୬ ବୋଲି ରେକର୍ଡ କରାଯାଇଛି।

ଭୂ-କମ୍ପର ତୀବ୍ରତା କମ୍ ଥିଲେ ବି ଝଟକାରେ ଲୋକମାନେ ଡରିଯାଇ ଘରୁ ବାହାରକୁ ପଳାଇଥିଲେ । ଯେହେତୁ ଭୂ-କମ୍ପର ତୀବ୍ରତା କମ୍ ଥିଲା ତେଣୁ ବିଶେଷ କ୍ଷୟକ୍ଷତି ହୋଇ ନାହିଁ । କଚ୍ଛର ଖାବଡାରୁ ୧୭ କିଲୋମିଟର ଦୂରରେ ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା । ପୂର୍ବରୁ ବି ଅନେକଥର ସେଠାରେ ଭୂକମ୍ପ ହୋଇଛି । 

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୧ ତାରିଖ ବିଳମ୍ବିତ ରାତିରେ ବି ଭୂ-କମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରାତି ୮.୫୪ ମିନିଟରେ ୪.୫ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଥିଲା । କଚ୍ଛରେ ୨୦ବର୍ଷ ମଧ୍ୟରେ ଅନେକ ଥର ଭୂ-କମ୍ପ ଅନୁଭୂତ ହୋଇଛି। ତେବେ କାହିଁକି ବାରମ୍ବାର ଭୂ-କମ୍ପ ଅନୁଭବ ହେଉଛି ସେନେଇ କଚ୍ଛ ବିଶ୍ଵବିଦ୍ୟାଳୟ ପକ୍ଷରୁ ରିସର୍ଚ୍ଚ କରାଯାଇଥିଲା । ଆଉ ରିପୋର୍ଟରେ କୁହାଯାଇଥିଲା କି ସହର ଭୂ-ମଧ୍ୟରେ ଚାରିଚାରୋଟି ଭୂ-କମ୍ପ ପ୍ଲେଟ୍‌ ଲାଇନ୍‌ ରହିଛି । ତେଣୁ ବାରମ୍ବାର ଏହି ସହରରେ ଭୂ-କମ୍ପ ହେଉଛି । ସେ ଯାହା ବି ହେଉ ମ୍ୟାଚ୍‌ ପୂର୍ବରୁ ଭୂ-କମ୍ପ ଅନୁଭୂତ ହୋଇଥିବାରୁ ଏବେ ପୂରା ଦେଶରେ ଜୋର ଧରିଲାଣି ଚର୍ଚ୍ଚା ।