ଦୀପାବଳିରେ ଅଘଟଣ, ତମାଣ୍ଡୋରେ ଜଳିଗଲା ବସ୍‌

ଭୁବନେଶ୍ୱର ତମାଣ୍ଡୋରେ ଅଘଟଣ । ଦୀପାବଳିରେ ବସରେ ଲାଗିଲା ନିଆଁ । ଦୀପାବଳି ସମୟରେ ରାଜଧାନୀ ଭୁବନେଶ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।

ଦୀପାବଳିରେ ଅଘଟଣ, ତମାଣ୍ଡୋରେ ଜଳିଗଲା ବସ୍‌

ଭୁବନେଶ୍ୱର ତମାଣ୍ଡୋରେ ଅଘଟଣ । ଦୀପାବଳିରେ ବସରେ ଲାଗିଲା ନିଆଁ । ଦୀପାବଳି ସମୟରେ ରାଜଧାନୀ ଭୁବନେଶ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।

ଭୁବନେଶ୍ୱର ତମାଣ୍ଡୋ ଥାନା ପାତ୍ରପଡା ଛକରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏକ ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାବେଳେ ୫ଟି ଯାତ୍ରୀବାହି ବସ ଜଳିଯାଇଛି । ଭୁବନେଶ୍ୱର ତମାଣ୍ଡୋ ଛକ ପାଖ ପାତ୍ରପଡା HDFC ବ୍ୟାଙ୍କ ସାମ୍ନାରେ ଥିବା ଗ୍ୟାରେଜରେ ଏଭଳି ଅଘଟଣ ଘଟିଛି । ଅଗ୍ନିକାଣ୍ଡର ପଛର କାରଣ ବର୍ତ୍ତମାନସୁଦ୍ଧା ଅସ୍ପଷ୍ଟ ରହିଛି । 

ତେବେ ଅଗ୍ନିକାଣ୍ଡରେ‌ କେହି ମୃତାହତ‌ ହୋଇନଥିବା ଜଣାପଡିଛି । ବନେଶ୍ୱର ତମାଣ୍ଡୋ ଥାନା ପାତ୍ରପଡା ଛକରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ଅଗ୍ନିଶମ ବାହିନୀର‌ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ତେବେ ଗ୍ୟାରେଜରେ ଓ୍ବେଲଡିଂରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ହେଲେ କାହିଁକି ଏଭଳି ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେଠାରେ ବାଣ ଗଚ୍ଛିତ ରଖାଯାଇଥିଲା କି ନା ତାହା ମଧ୍ୟ ଜଣାପଡିନାହିଁ ।

କେହି ବାଣ ଫୁଟାଇ ଫୋପାଡ଼ି ଥିବା ଯୋଗୁଁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଥିଲେ ସୁଦ୍ଧା ଏଯାଏଁ ସ୍ପଷ୍ଟ ହୋଇନି ସୂଚନା ମିଳିପାରିନାହିଁ । ଏନେଇ‌ ଭୁବନେଶ୍ବର ଦମକଳ କେନ୍ଦ୍ର ଓ‌ ଜଟଣୀ ଦମକଳ କେନ୍ଦ୍ରରୁ ୨ଟି ଲେଖାଏ ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ନିଆଁଙ୍କୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଜାରି ରଖିଛି ଅଗ୍ନିଶମବାହିନୀ ।

ଦୀପାବଳି ସମୟରେ ସତର୍କତା ଅବଲମ୍ବନ କରିବାକୁ ପୂର୍ବରୁ ଅନେକ ଥର ପରାମର୍ଶ ଦିଆଯାଇଛି । ବେଆଇନ ବାଣ ଗଚ୍ଛିତ ରଖିବାକୁ ମଧ୍ୟ ବାରଣ କରାଯାଇଛି । ସେହିପରି ବେଆଇନ ବାଣ ବ୍ୟବସାୟ ଉପରେ ରୋକ ଲଗାଇବାକୁ କମିଶନରେଟ ପୋଲିସର ଟିମ୍ ଅନେକ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ସମ୍ଭାବ୍ୟ ଅଘଟଣ ଏଡାଇବାକୁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା କରାଯାଇଥିଲେ ବି ଦୀପାବଳି ଦିନ ରାଜଧାନୀ ଭୁବନେଶ୍ବରରେ ଘଟିଛି ଅଘଟଣ । ଅଗ୍ନିଶମବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯିବା ପାଇଁ ଉଦ୍ୟମ କରାଯାଉଥିବାବେଳେ କେଉଁ କାରଣରୁ ନିଆଁ ଲାଗିଲା ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।