ରାଜ୍ୟରେ ୨୭ଶହ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୭୫୦ରେ ପହଞ୍ଚିଲାଣି ।

ରାଜ୍ୟରେ ୨୭ଶହ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୭୫୦ରେ ପହଞ୍ଚିଲାଣି । ସେଥିରୁ ଖୋର୍ଦ୍ଧାରେ ୧୩୫୦, ବାଲେଶ୍ୱର ୨୫୦, କଟକ ୧୮୫, ଜଗତସିଂହପୁର ୧୬୦ ଓ ପୁରୀରେ ୨୭୫ ଚିହ୍ନଟ ହୋଇଛନ୍ତି ।ଏପଟେ କ୍ୟାପିଟାଲ ହସ୍ପିଟାଲର ଉଭୟ ମହିଳା ଓ ପୁରୁଷ ୱାର୍ଡରେ ରୋଗୀଙ୍କ ସଂଖ୍ୟା ୨୫୦ରେ ପହଞ୍ଚିଲାଣି । ସେଥିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୦ ପରେ ରହିଛି । ଦୈନିକ ୬୦୦ ଜଣଙ୍କ ରକ୍ତ ପରୀକ୍ଷା ହେଉଛି ।

ଆରଏମ୍‌ଆରସି ନିର୍ଦ୍ଦେଶିକ ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ଆରଏମ୍‌ଆରସିକୁ ହସ୍ତଗତ ନମୁନାରୁ ଓଡ଼ିଶାରେ ଏବେ ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ ଡେଙ୍ଗୁ-୨ ଭାରିଆଣ୍ଟ । ଆଉ ୨୮ ପ୍ରତିଶତ ଡେଙ୍ଗୁ-୧ ଭାରିଆଣ୍ଟର ରହିଛି । ବିଭିନ୍ନ ଜିଲ୍ଲାରୁ ଆସିଥିବା ଡେଙ୍ଗୁ ରୋଗୀଙ୍କ ନମୁନାର ସେରୋଟାଇପ୍‌ ପରୀକ୍ଷାରୁ ଏହା ଜାଣାପଡ଼ିଛି । ନୟାଗଡ଼ରେ ତିନୋଟି ଡେଙ୍ଗୁ-୩ ଭାରିଆଣ୍ଟ ରହିଥିବା ବେଳେ ଯାଜପୁରରେ ଡେଙ୍ଗୁ-୧ ଓ ୨ ଚିହ୍ନଟ ହୋଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁ ଭୂତାଣୁ ୪ ଭାରିଆଣ୍ଟର ଅଛନ୍ତି । ଆମ ରାଜ୍ୟରେ ଡେଙ୍ଗୁ-୧ ଓ ଡେଙ୍ଗୁ-୨ ଅଧିକ ପରିମାଣରେ ଦେଖାଯାଏ ।