ଘୂର୍ଣ୍ଣିବଳୟ ରୁ ସୃଷ୍ଟି ହେଲା ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରୁ ସୃଷ୍ଟି ହେଲା ଲଘୁଚାପ, ଆସିଲା ବାସ୍ତବ ଚିତ୍ର

ଭୁବନେଶ୍ବର: ଯାହା ପୂର୍ବାନୁମାନ କରାଯାଉଥିଲା ତାହା ବର୍ତ୍ତମାନ ସତ ହେଉଛି। ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଥିଲା। ସେହି ଅନୁସାରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ଲଘୁଚାପକୁ ପରିବର୍ତ୍ତନ ହୋଇଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯିବା ସହିତ ତାହାର ସ୍ଥିତିର ଫଟୋ ଚିତ୍ର ଜାରୀ କରାଯାଇଛି।
ତେବେ ଆଜି ଲଘୁଚାପ ସୃଷ୍ଟି ହେବା ପରେ ଏହା ଧିରେ ଧିରେ ଶକ୍ତିଶାଳି ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ କହିଥିଲା। ସେହି ଅନୁସାରେ ଏହା ବେଶ୍ ଶକ୍ତିଶାଳି ହେବ ବୋଲି ଜଣାପଡିଛି ଏବଂ ପରବର୍ତ୍ତି ସମୟରେ ଏହା ବାତ୍ୟା ରୂପ ନେବାର ମଧ୍ୟ ସମ୍ଭାବନା ରହିଛି।
ପୂର୍ବରୁ ଉତ୍ତରପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିଲା ଘୂର୍ଣ୍ଣବଳୟ। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ସେହି ଘୂର୍ଣିବଳୟ ଆଜି ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଥିଲା ଯାହା ଲଘୁଚାପ ଭାବେ ସୃଷ୍ଟି ହୋଇଛି। ତେବେ ଏପର୍ଯ୍ୟନ୍ତ ଓଡ଼ିଶା ପ୍ରତି ବିପଦ ନ ଥିବା ଆଶଙ୍କା କରାଯାଉଛି। କିନ୍ତୁ ଏହାର ଗତିପଥ କଣ ରହିବ ସେନେଇ ତୀକ୍ଷଣ ନଜର ରଖାଯାଇଛି।