ତିନି ବର୍ଷର ଛୋଟ ପୁଅକୁ ଛାଡି ସବୁଦିନ ପାଇଁ ଚାଲିଗଲେ ବାପା
କର୍ମକ୍ଷେତ୍ରରେ ପ୍ରଶିକ୍ଷଣ ଚାଲିଥିବା ବେଳେ ଟଳି ପଡିଲେ କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ସୁନାଇଲୋ ଗ୍ରାମର ସିଆରପିଏଫ ଯବାନ ସଂଗ୍ରାମ ମହାନ୍ତି l

କର୍ମକ୍ଷେତ୍ରରେ ପ୍ରଶିକ୍ଷଣ ଚାଲିଥିବା ବେଳେ ଟଳି ପଡିଲେ କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ସୁନାଇଲୋ ଗ୍ରାମର ସିଆରପିଏଫ ଯବାନ ସଂଗ୍ରାମ ମହାନ୍ତି l ହୃଦଘାତ ରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି l
୪୩ ବର୍ଷୀୟ ସଂଗ୍ରାମ ସିଆରପିଏଫ ରେ ଯୋଗଦେଇ ବହୁ ଗୁରୁତ୍ବପୂର୍ଣ୍ଣ ଅପରେସନ ରେ କାର୍ଯ୍ୟ କରିଛନ୍ତି l ନିକଟରେ ତାଙ୍କ ର ଛତ୍ତିଶଗଡ଼ ବଦଳି ହୋଇଥିଲା l ଗତ ବୁଧବାର ସକାଳେ ଦୈନିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗଦେଇ କ୍ୟାମ୍ପ କୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ଛାତି ରେ ଯନ୍ତ୍ରଣା ଅନୁଭବ କରିବା ସହ ତଳେ ପଡି ଯାଇଥିଲେ l ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା l
ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଆଜି ସଂଗ୍ରାମ ଙ୍କ ମରଶରୀର କେନ୍ଦ୍ରାପଡା ରେ ପହଁଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା l ତାଙ୍କର ପତ୍ନୀ ଓ ଏକ ତିନି ବର୍ଷ ର ପୁଅ ଥିବା ଜଣାପଡ଼ିଛି l
କେନ୍ଦ୍ରାପଡା ରୁ ବଳରାମ ବେହେରା ଓ ଏନ ଏମ ନିୟୁଜ,