୪୨୧ ସିଭିଲ୍ ସର୍ଭିସ ଅଫିସରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

୪୨୧ ସିଭିଲ୍ ସର୍ଭିସ ଅଫିସରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ରାଜ୍ୟ ସିଭିଲ ସର୍ଭିସ୍ କ୍ୟାଡରରେ ୪୨୧ ଅଫିସରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଗତ ୫ବର୍ଷ ଭିତରେ ୧୨୬୯ ସିଭିଲ୍ ସର୍ଭିସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଲୋକସଭା ଭବନରେ ଅନୁଷ୍ଠିତ ନିଯୁକ୍ତି ପର୍ବରେ ନବନିଯୁକ୍ତ ସିଭିଲ୍ ସର୍ଭିସ୍ କ୍ୟାଡରର ଏହି ଅଫିସରଙ୍କୁ ସମ୍ବାଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଯୁକ୍ତି ପାଇଥିବା ଅଫିସର ମାନେ ଗରିବଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବାକୁ ପ୍ରୟାସ କରନ୍ତୁ । ପ୍ରତିଶ୍ରୁତିବଦ୍ଧ ହୋଇ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜର ଦକ୍ଷତା ବୃଦ୍ଧି କରିବା ସହ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ଅପିଲ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, 5T ନୀତି ଦ୍ବାରା ସରକାର ଲୋକଙ୍କ ନିକଟତର ହୋଇପାରିଛନ୍ତି ।

ଓଡ଼ିଶା ରୂପାନ୍ତରଣ ପାଇଁ ଆପଣମାନେ ଜଣେ ଜଣେ ଏଜେଣ୍ଟ । ଆପଣଙ୍କ ପ୍ରତିଟି କାର୍ଯ୍ୟ ଜନମଙ୍ଗଳକାରୀ ହେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ।