ମା ତାରିଣୀଙ୍କର ଚୈତ୍ର ପୂର୍ଣ୍ଣିମା ପର୍ବ ମହା ସମାରୋହରେ ପାଳିତ

ମା ତାରିଣୀଙ୍କର ଚୈତ୍ର ପୂର୍ଣ୍ଣିମା ପର୍ବ ମହା ସମାରୋହରେ ପାଳିତ
ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାତାରିଣୀଙ୍କ ମନ୍ଦିର ରେ ଆଜି ଚୈତ୍ର ପୂର୍ଣ୍ଣିମା ଥିବା ରୁ ବହୁ ଆଡମ୍ବରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା ମଧ୍ୟାହ୍ନ ବେଳେ ପଣା ଭୋଗ ଲାଗି କରା ହବା ସହ ସନ୍ଧ୍ୟା ବେଳେ ଆଳତି ରାତ୍ରରେ ପହଡ଼ ପଡ଼ିବ ଢେଙ୍କାନାଳ ବସୀ ଉପସ୍ଥିତି ରେ ଏହି ଚୈତ୍ର ପୂର୍ଣ୍ଣିମା ପର୍ବ ନୀତି ସମ୍ପନ୍ନ କରାଯାଇଥିଲା
ଜୟ ଗୋପାଳ ସାହିର ପୂର୍ଣ୍ଣଚନ୍ଦ୍ର ଦଣ୍ଡ ପାର୍ଟି ଆଦି ପ୍ରଥମ ଦିନରେ ସ୍ଥାନିୟ ଗୁଡିଆନାଳି ଠାରେ ବିଭିନ୍ନ ପ୍ରକାର ଧୂଳି ଦଣ୍ଡ ପରିବେଷଣ କରିଥିଲେ।ଧୂଳି ଦଣ୍ଡ ପରେ ସ୍ଥାନୀୟ ପୁଷ୍କରିଣୀ ରେ ପାଣି ଦଣ୍ଡ ପରିବେଷଣ କରିଥିଲେ। ପାଣି ଦଣ୍ଡ ପରିବେଷଣ ପରେ ଭକ୍ତ ଦ୍ବାରାକୁ ଯାଇ ମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାର୍ଚ୍ଚନା ପରେ ଦଣ୍ଡୁଆମାନେ ଫେରିଥାନ୍ତି ମନ୍ଦିରକୁ। ରାତ୍ରୀ ରେ ଭକ୍ତଙ୍କ ଦ୍ଵାରାକୁ ଯାଇ ମାଙ୍କ ର ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ପ୍ରକାରର ଦଣ୍ଡ ନୃତ୍ୟ ପରିବେଷଣ କରନ୍ତି।
ଢେଙ୍କାନାଳ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ
ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ମା ସିଦ୍ଧ ବାସେଳିଙ୍କ ପିଠରେ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା ମଧ୍ୟାହ୍ନ ବେଳେ ମାଙ୍କର ଷୋଡ଼ଷ ଉପଚାର ରେ ପୂଜା ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ରେ ପଣା ଓ ମା'ଙ୍କ ସମ୍ମାନାରେ ଘୋଡା ନୃତ୍ୟ ପରିବେଷଣ ହୋଇଥିଲା। ଭକ୍ତମାନେ ମା'ଙ୍କ ପିଠରେ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟା ସମୟରେ ମା'ଙ୍କ ଘୋଡାକୁ ବିଭିନ୍ନ ବାଦ୍ୟ,ବାଣ, ରୋଷଣୀ ଦ୍ବାରା ସହର ପରିକ୍ରମା କରାଯାଇଥିଲା ଏଥିରେ ସମସ୍ତ କମିଟି ର କର୍ମକର୍ତ୍ତା ଓ ଭକ୍ତମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପନ କରିଥିଲେ
ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ମା ମଙ୍ଗଳାଙ୍କ ଝାମୁଯାତ୍ରା ଉପଲକ୍ଷେ ଭାଗିରଥି କ୍ଲବ ପକ୍ଷରୁ ଦହି ପାଣି ବଣ୍ଟନ
ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଚୈତ୍ର ପୂର୍ଣ୍ଣିମା ଓ ମା ମଙ୍ଗଳାଙ୍କ ଝାମୁଯାତ୍ରା ମାଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ହଜାର ହଜାର ପୁରୁଷ ଓ ମହିଳା ଭକ୍ତ ଉପସ୍ଥିତ ଥିଲେ। ଭାଗିରଥି କ୍ଲବ ତରଫରୁ ଦୁଇହଜାର ରୁ ଉର୍ଦ୍ଧ୍ବ ଲୋକଙ୍କୁ ଦହିପଣା ଏବଂ ଥଣ୍ଡା ପାନୀୟ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଦିପ୍ତିରଞ୍ଜନ ସେଠୀ , ଉପସଭାପତି ସୈମ୍ୟରଞ୍ଜନ ପାଢ଼ୀ, ସମ୍ପାଦକ ବିଜୟ କୁମାର ବେହେରା, ଭାଗିରଥି କ୍ଲବ ର କର୍ମକର୍ତ୍ତା ରଞ୍ଜିତ ସେନାପତି,ସୁବ୍ରତ କୁମାର ଜେନା,ମନୋଜ କୁମାର ସେନାପତି, ସୁବ୍ରତ କୁମାର ମୁଦୁଲି , ବିକାଶ କୁମାର ସାହୁ, ସୈାମ୍ୟ ପରିଡ଼ା, ପିତମ ରାହୁଳ, ପ୍ରିୟବ୍ରତ ପ୍ରଧାନ ଏବଂ ଅମିତ୍ ନନ୍ଦ, ନିହାର ରଞ୍ଜନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପନ କରିଥିଲେ