ରାଜ୍ୟସଭା ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି

୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି।

ରାଜ୍ୟସଭା ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି

ରାଜ୍ୟସଭା ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି। ୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି। ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ବାରବାଟୀ- କଟକର ପୂର୍ବତନ ବିଧାୟକ ହେଉଛନ୍ତି ଦେବାଶିଷ। ସେହପରି ବର୍ତ୍ତମାନ ଯୁବ ବିଜେଡିର ଉପସଭାପତି ଦାୟିତ୍ବରେ ଅଛନ୍ତି ଶୁଭାଶିଷ ଖୁଣ୍ଟିଆ । ତେବେ ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହୋଇଥିବା ବେଳେ ବିଜେଡି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ତେବେ ତୃତୀୟ ଆସନରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି। ଗତଥର ସରପ୍ରାଇଜ୍ କାର୍ଡ ଖେଳି ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି। ଯାହା ସେତେବେଳେ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା। ଏଥର ମଧ୍ୟ ବିଜେଡି ତୃତୀୟ ଆସନ ପାଇଁ କାହାକୁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଏହି ଆସନରୁ କାହାକୁ ରାଜ୍ୟସଭା ପଠାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।