ଭୁବନ ତିନି ରଥ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଲା
ଭୁବନ ତିନି ରଥ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଲା ଯମୁନାକୋଟ ରେ ସମବାୟ ସମିତି ର ନୂତନ ଗୃହ ଉଦଘାଟନ

ଭୁବନ ତିନି ରଥ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଲା
ଭୁବନ ୨୮.୬- ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ବାହୁଡା଼ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣରେ ସହସ୍ରାଧିକ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୭ ଘଟିକା ସମୟରେ ଦେଉଳ ଫିଟା,ଦ୍ଵାରପାଳ ପୂଜା ୧୨ ଘଟିକା ରେ ଆଡ଼ପ ମଣ୍ଡପ ମହାପ୍ରସାଦ ନୀତି ଭୋଗ, ୧ ଘଟିକା ରେ ରଥ ପ୍ରତିଷ୍ଠା ପରେ ୨ ଘଟିକା ରେ ସେବାୟତ ମନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ରଥାରୂଢ଼ କରିଥିଲେ ।
୩ ଘଟିକା ରେ ମହାପ୍ରଭୁ ଙ୍କ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ଛେରା ପହଁରା କରିଥିଲେ ଓ ଅପରାହ୍ନ ୪ ଘଟିକା ସମୟରେ ରଥ ଟଣ। ଆରମ୍ଭ ହୋଇଥିଲା ।ସନ୍ଧ୍ୟା ୬.୩୦ ଘଟିକା ସୁଦ୍ଧା ନୂଆ ବଜାର ଜଗନ୍ନାଥ ମନ୍ଦିର ସମ୍ମୁଖ ରଥ ଖଳାରେ ତିନି ରଥ ପହଞ୍ଚିଥିଲା। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବୀ ସୁଭଦ୍ରା ଙ୍କ ରଥ କୁ ମହିଳା ମାନେ ଟାଣିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଙ୍କ ସମେତ ସମସ୍ତ କର୍ମକର୍ତ୍ତା,ସେବାୟତ,ମାତୃ ମଣ୍ଡଳୀ, ସଙ୍କୀର୍ତ୍ତନ ମଣ୍ଡଳୀ,ଆରକ୍ଷୀ ବାହିନୀ ଏହି ପବିତ୍ର ବାହୁଡା଼ ଯାତ୍ରା ରେ ସାମିଲ ହୋଇ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ସେବା ପ୍ରତିଷ୍ଠାନ ଦ୍ଵାରା ସହସ୍ରାଧିକ ଭକ୍ତ ଉପରେ ପାଣି ସ୍ପ୍ରେ କରାଯିବା ସହ ଥଣ୍ଡା ସରବତ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ଆସନ୍ତା କାଲି ଅପରାହ୍ନ ରେ ଅନୁରୂପ ଭାବେ ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଯମୁନାକୋଟ ରେ ସମବାୟ ସମିତି ର ନୂତନ ଗୃହ ଉଦଘାଟନ
ଭୁବନ ୨୮.୬- ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ ଆଜି ପବିତ୍ର ବାହୁଡା଼ ଯାତ୍ରା ଅବସରରେ ପ୍ରାଥମିକ କୃଷି ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ଫିତା କାଟି ନୂତନ ଗୃହ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯମୁନାକୋଟ ସରପଞ୍ଚ ରଞ୍ଜନ କୁମାର ବାରିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।