ମହିଳା ମହାବିଦ୍ୟାଳୟ ରେ ବନ ମହୋତ୍ସବ

ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ବନ ମହୋତ୍ସବ ଭୁବନ ୫.୭- ଭୁବନ ର ସର୍ବ ପ୍ରଥମ କନଭେଣ୍ଟ ସ୍କୁଲ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବନପାଳ ଶ୍ରୀମତୀ ସଶିରେଖା ଦିଆନି ମୁଖ୍ୟ ଅତିଥି ଓ କବିତା ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ହିଁ ଜୀବନ । ବୃକ୍ଷ ଅଭାବ ରୁ ଜଳବାୟୁ ପରିବର୍ତ୍ତନ ହେଉଛି ଓ ସୁନାମି ଆସୁଛି । ବର୍ଷା ଦିନରେ ବର୍ଷା ନ ହେବା ଏହାର ପ୍ରମୁଖ କାରଣ ବୋଲି ମତବ୍ୟକ୍ତ କରିଥିଲେ। ବୃକ୍ଷ ରୋପଣ ହିଁ ସାରା ବିଶ୍ବ କୁ ସମ୍ଭାବ୍ୟ ବିପଦ ରୁ ରକ୍ଷା କରି ପାରିବ , ତେଣୁ ଛାତ୍ର ଛାତ୍ରୀ ଙ୍କ ସମେତ ଯୁବ ବର୍ଗ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ ପାଇଁ ଆଗଭର ହେବା ଉଚିତ ବୋଲି କହିଥିଲେ ।ଏହି ଅବସରରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଶତାଧିକ ଚାରା ରୋପଣ କରିଥିଲେ ।
ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦିଲୀପ କୁମାର ଦାସ ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବନପାଳ ଶ୍ରୀମତୀ କବିତା ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ଵ ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।
ବୃକ୍ଷ ହିଁ ଜୀବନ । ବୃକ୍ଷ ରୋପଣ ହିଁ ସାରା ବିଶ୍ବ କୁ ଜଳବାୟୁ ପରିବର୍ତ୍ତନ ଓ ସୁନାମୀ ଭଳି ବିପଦ ରୁ ରକ୍ଷା କରି ପାରିବ ବୋଲି କହିଥିଲେ । ଏହି ଅବସରରେ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ, ଏନ୍ ସି ସି କ୍ୟାପଟେନ ପ୍ରମିଳା ଦାସ , ୟୁଥ ରେଡକ୍ରସ କାଉନସିଲର ଅନୁପମା ମିଶ୍ର, ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନେ ୫୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରିଥିଲେ । ଭୁବନ ବନ ବିଭାଗ କର୍ମଚାରୀ ମାନେ ସହାୟତା କରିଥିଲେ ।