ଜାନୁୟାରୀ ୨୬ ଯାଏ ବଢ଼ିଲା BSKY-NABIN ସ୍ୱାସ୍ଥ୍ୟ କାର୍ଡ ଆବେଦନ ତାରିଖ

ଗ୍ରାମାଞ୍ଚଳର ସମସ୍ତ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା BSKY-NABIN ସ୍ୱାସ୍ଥ୍ୟ କାର୍ଡର ଆବେଦନ ତାରିଖ ଘୁଞ୍ଚାଇ ଦିଆଯାଇଛି।

ଜାନୁୟାରୀ ୨୬ ଯାଏ ବଢ଼ିଲା BSKY-NABIN ସ୍ୱାସ୍ଥ୍ୟ କାର୍ଡ ଆବେଦନ ତାରିଖ

ଗ୍ରାମାଞ୍ଚଳର ସମସ୍ତ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା BSKY-NABIN ସ୍ୱାସ୍ଥ୍ୟ କାର୍ଡର ଆବେଦନ ତାରିଖ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ଏହି ଆବେଦନର ଶେଷ ତାରିଖ ଥିଲା। ଏହାକୁ ଜାନୁୟାରୀ ୨୬ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆୟକରଦାତା ଓ ସରକାରୀ ଚାକିରିଆଙ୍କୁ ଛାଡ଼ି ସମସ୍ତ ଗ୍ରାମାଞ୍ଚଳ ଆଧିବାସୀ ଏହି କାର୍ଡ ଲାଗି ଆବେଦନ କରିପାରିବେ।

ଅନ୍‍ ଲାଇନ ଜରିଆରେ bbskynabin,odisha.gov.inରେ ଆଗ୍ରହୀ ଆବେଦନକାରୀ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍‍ କରି ଆବେଦନ କରିପାରିବେ। ନିକଟସ୍ଥ ଜନସେବା କାନ୍ଦ୍ରରେ ମଧ୍ୟ ଏହି ଆବେଦନ ସୁବିଧା ଉପଲବ୍ଧ ରହିଛି। ଜାନୁୟାରୀ ୬ ତାରିଖରେ ଏହି ଆବେଦନ ପୋର୍ଟାଲ୍‍ ଖୋଲାଯାଇଥିଲା। ୧୬ ତାରିଖକୁ ଶେଷ ତାରରିଖ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ଅଧିକ ଲୋକଙ୍କୁ ସାମିଲ୍‍ କରିବାଲାଗି ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଏମିତି ଏକ ଯୋଜନା ଯେଉଁଥିରେ ସରକାର ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥାଆନ୍ତି। ସରକାରୀ ହସ୍‍ପିଟାଲ୍‍ ସମ୍ପୂର୍ଣ୍ଣ ଭାବେ ମାଗଣା ହୋଇଥିବାବେଳେ ଘରୋଇ ଓ ସ୍ପେଶାଲାଇଜ୍ଡ ହସ୍‍ପିଟାଲରେ ରୋଗ ଅନୁସାରେ ଚିକିତ୍ସା ପାଇଁ ସରକାର ନାଗରିକଙ୍କ ଖର୍ଚ୍ଚ ବହନ କରିଥାଆନ୍ତି। ଆଧାର ଭିତ୍ତିକ ଇ-କେଓ୍ୱାଇସି ମାଧ୍ୟମରେ ଘରର ମୁଖିଆ ସଦସ୍ୟମାନଙ୍କ ପରିଚୟ ଓ ଡକ୍ୟୁମେଣ୍ଟ ପ୍ରଦାନ କରି ଏଥିରେ ସାମିଲ୍‍ ହୋଇପାରିବେ।