ଗାନ୍ଧିନଗରରୁ ଲଢିବେ ଅମିତ ଶାହ
ଗାନ୍ଧିନଗରରୁ ନିର୍ବାଚନ ଲଢିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

ଗାନ୍ଧିନଗରରୁ ନିର୍ବାଚନ ଲଢିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗୁଜରାଟ ଗାନ୍ଧିନଗର ସିଟ୍ରୁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଅନ୍ୟ ବରିଷ୍ଠ ନେତୃତ୍ଵ ଉପସ୍ଥିତ ଅଛନ୍ତି।
ସୂଚନାନୁଯାୟୀ, ଗାନ୍ଧିନଗରରେ ଦ୍ଵିତୀୟ ଥର ପାଇଁ ନିର୍ବାଚନ ଲଢିବେ ଅମିତ ଶାହ।ଏହି ସିଟ୍ରେ କଂଗ୍ରେସ ପ୍ରାର୍ଥୀନୀ ସୋନଲ ପଟେଲଙ୍କ ସହ କରିବେ ପ୍ରତିଦ୍ଵନ୍ଦିତା। ଏଥିପାଇଁ ଆଜି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାପୂର୍ବରୁ ଗତ ୧୬ ତାରିଖ ଦିନ ସୋନଲ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ୨୦୧୯ରେ ଗାନ୍ଧିନଗରରେ ବିଜେପି ଲିଡର ଅମିତ ଶାହ ଏବଂ ସିଜେ ଚଭଡାଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା। ୫ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟରେ ଶାହ ବିଜୟୀ ହୋଇଥିଲେ।
ପ୍ରକାଶ ଥାଉକି, ଗାନ୍ଧିନଗରରେ ୭ଟି ନିର୍ବାଚନମଣ୍ଡଳୀ ରହିଛି। ଉତ୍ତର ଗାନ୍ଧିନଗର, କାଲୋଲ, ସନନ୍ଦ, ଘାଟଲୋଡିଆ, ଭେଜାଲପୁର, ନରଣପୁରା, ଏବଂ ସାବରମତି। ଏହି ସବୁ ସିଟ୍ରେ ବିଜେପିର ଦବଦବା ରହିଛି। ଏହି ସିଟ୍ରେ ପୂର୍ବରୁ ବିଜେପି ଭେଟେରାନ୍ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ୬ ଥର ନିର୍ବାଚିତ ହୋଇଥିଲେ।