ପ୍ରତିଷ୍ଠା ଉତ୍ସବ ରେ ଆସିବେ ଆଡଭାନୀ ଓ ଯୋଶୀ, ମିଳିଲା ନିମନ୍ତ୍ରଣ

ଭକ୍ତ ଙ୍କ ଭାବାବେଗ ଶୁଣିଲେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ର, ଶେଷରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଡଭାନୀ-ଯୋଶୀଙ୍କୁ ମିଳିଲା ନିମନ୍ତ୍ରଣ

ପ୍ରତିଷ୍ଠା ଉତ୍ସବ ରେ ଆସିବେ ଆଡଭାନୀ ଓ ଯୋଶୀ,  ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ୍ ହେବେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୂରଲୀ ମନୋହର ଯୋଶୀ। ଉଭୟଙ୍କୁ ୨୦୨୪ ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆସିବାକୁ ନିମନ୍ତ୍ରଣ ମିଳିଛି।

ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି)ର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଉଭୟ ନେତାଙ୍କୁ ମଙ୍ଗଳବାର ନିମନ୍ତ୍ରଣ ଦେଇଛନ୍ତି। ଆଡଭାନୀ ଏବଂ ଯୋଶୀଙ୍କୁ ରାମ ମନ୍ଦିର ଆନ୍ଦୋଳନର ପୁରୋଧା ବୋଲି କୁହାଯାଏ। ତେବେ ଏହା ପୂର୍ବରୁ କୁହାଯାଉଥିଲା ଯେ, ସ୍ବାସ୍ଥ୍ୟଗତ ତଥା ବୟସାଧିକ କାରଣର ଦୁଇ ନେତାଙ୍କୁ କାର୍ଯ୍ୟକ୍ରମର ନିମନ୍ତ୍ରଣ ପଠାଯାଇନଥିଲା। ଉଭୟଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ନହେବାକୁ ଅନୁରୋଧ କରାଯାଇଥିଲା। ଏମିତିକି ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଥିଲେ ଉଭୟଙ୍କୁ ବୟସାଧିକ ଏବଂ ସ୍ବାସ୍ଥ୍ୟାବସ୍ଥା କାରଣରୁ ନଆସିବାକୁ ଅନୁରୋଧ କରାଯାଇଛି, ଯାହାକୁ ସେମାନେ ସ୍ବୀକାର କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଡଭାନୀଙ୍କୁ ଏବେ ୯୬ ବର୍ଷ ହୋଇଥିବାବେଳେ ଆସନ୍ତା ବର୍ଷ ଜୋଶୀ ୯୦ ବର୍ଷର ହେବେ।

ତେବେ ଏହି ନେତା ଦ୍ୱୟ ଙ୍କ ଭାରତୀୟ ଜନତା ପାର୍ଟି ଓ ଅଯୋଧ୍ୟା ରାମ ମନ୍ଦିର ନେଇ ଗଭୀର ସମ୍ପର୍କ ରହିଛି। କିନ୍ତୁ ବର୍ତ୍ତମାନ ର କ୍ଷମତାସୀନ ନେତୃ ମଣ୍ଡଳୀ ବିଜେପିର କୌଣସି କାର୍ଯ୍ୟ ରେ ଏହି ନେତା ଦ୍ବୟ ଙ୍କୁ ସମ୍ପୁର୍ଣ୍ଣ ଦୁରେଇ ରଖୁଛି ଯାହାକୁ ନେଇ କେତେକ ଦଳୀୟ କର୍ମୀମାନଙ୍କ ମଧ୍ୟ ରେ ପ୍ରବଳ ଅସନ୍ତୋଷ ଦେଖାଦେଉଛି। ତେବେ ରାମଚନ୍ଦ୍ର ସମଗ୍ର ବିଶ୍ୱର, ରାମଚନ୍ଦ୍ର ହିନ୍ଦୁମାନଙ୍କ ଆରାଧ୍ୟ ଦେଵତା, ରାମଚନ୍ଦ୍ର ସମଗ୍ର ସନାତନ ଧର୍ମ ର ପ୍ରତିକ , ସେଥିରେ ମାନ୍ୟବର ଆଡଭାନୀ ଓ ଜୋଶୀ ଙ୍କୁ ଦୁରେଇ ରଖିବା ଏହା ନିଶ୍ଚିନ୍ତ ନିନ୍ଦନୀୟ ପ୍ରସଙ୍ଗ ଯାହାକି ସମଗ୍ର ଦେଶ ଏଥିରେ ସାମିଲ୍ ହେଉଥିବା ବେଳେ ଏହି ନେତା ଦ୍ୱୟ ଙ୍କୁ ଦୁରେଇ ଦେବା ଏକ ନିମ୍ନ ମାନସିକତା ପରିଚୟ ସୃଷ୍ଟି କରିଥିଲା। ଦେଶ ବିଦେଶରୁ ଅନେକ ନିମନ୍ତ୍ରିତ ଅତିଥି ଆସୁଥିବା ବେଳେ ଏହା କେତେ ଦୁର ଯୁକ୍ତି ଯୁକ୍ତ ବୋଲି ମତ୍ତ ପ୍ରକାଶ ପାଇଥିଲା।

ଅତିଥି ନିମନ୍ତ୍ରଣ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ବେଳେ ଏହି ଦୁଇ ବର୍ଷିଆନ୍ ବରିଷ୍ଠ ରାଜନେତା ଙ୍କୁ ରାମଲାଲା ପ୍ରତିଷ୍ଠା ଦିବସରେ ଦୁରେଇ ରଖିବାର ଷଡ଼ଯନ୍ତ୍ର ନେଇ ଆଭାସ ମିଳିଥିଲା , ଯାହାକୁ ନେଇ ନେତା ଦ୍ବୟ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଥିଲେ, ତେବେ ଏନେଇ ଭଗବାନ ଶ୍ରୀରାମ ଏହାର ବିଚାର କରିବେ ବୋଲି ସମର୍ଥକ ମାନେ ଆଶା କରୁଥିବା ବେଳେ ଆଜି ସେଥିରେ ପୁର୍ଣ୍ଣଚ୍ଛେଦ ପକାଯାଇ ନେତା ଦ୍ବୟ ଙ୍କୁ ନିମନ୍ତ୍ରଣ କରାଯାଇଛି। ଯାହାକୁ ନେଇ ନେତା ଦ୍ବୟ ଙ୍କ ସମେତ ତାଙ୍କ ସମର୍ଥକ ମାନଙ୍କ ମଧ୍ୟ ରେ ଖୁସି ର ଲହରୀ ଖେଳିଯାଇଛି।