ଏଣିକି ଟ୍ରାଫିକ ପୁଲିସଙ୍କୁ ମିଳିବ ଏସି ହେଲମେଟ, ପରୀକ୍ଷାମୂଳକ ଭାବେ ଗୁଜରାଟ ରେ ଆରମ୍ଭ

ପ୍ରଥମ କରି ଅହମ୍ମଦାବାଦରେ କିଛି ପୋଲିସ କର୍ମଚାରୀଙ୍କୁ ଏହି ହେଲମେଟ୍ ପ୍ରଦାନ କରାଯାଇଛି ।

ଏଣିକି ଟ୍ରାଫିକ ପୁଲିସଙ୍କୁ ମିଳିବ ଏସି ହେଲମେଟ, ପରୀକ୍ଷାମୂଳକ ଭାବେ ଗୁଜରାଟ ରେ ଆରମ୍ଭ

ଅହମଦାବାଦ: ଆପଣ ଅନେକ ସମୟରେ ଦେଖିଥିବେ ଯେ ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି | ପ୍ରବଳ ଗରମ ସତ୍ତ୍ୱେ ଟ୍ରାଫିକ ପୁଲିସମାନେ ବହୁ କଷ୍ଟରେ ଡ୍ୟୁଟି କରିଥାନ୍ତି | ତେବେ ବର୍ତ୍ତମାନ ଗୁଜୁରାଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି | ବାସ୍ତବରେ ଗୁଜୁରାଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଏସି ହେଲମେଟ ଯୋଗାଇ ଦିଆଯାଇଛି | 

ନୂଆ ନୂଆ ଜ୍ଞାନ କୌଶଳ ସହ ନୂଆ ନୂଆ ଜିନିଷ ପ୍ରସ୍ତୁତ କରାଯାଉଛି । ଏହାରି ଭିତରେ ଏକ ନୂଆ ଜିନିଷ ପୋଲିସ କର୍ମଚାରୀ ପାଇଁ ପ୍ରସ୍ତୁତ କରାଯଇଛି । ଅସହ୍ୟ ଖରାରେ ନିଷ୍ଠାପର ଭାବେ ଟ୍ରାଫିକ ସିଗନାଲରେ ପୋଲିସ କର୍ମଚାରୀ ଡିୟୁଟି କରୁଥିବା ଆମେ ସମସ୍ତେ ଦେଖିବାକୁ ପାଇଥାନ୍ତି । ଡିୟୁଟିରେ ଥିବା ବେଳେ ଡ୍ରେସକୋଡ଼ ସହ ମୁଣ୍ଡରେ ଏକ ସାଧାରଣ ହେଲମେଟ ଲାଗିଥାଏ । ସେହି ସାଧାରଣ ହେଲମେଟ କେବଳ ସୁରକ୍ଷା ଯୋଗାଇ ଦେଇଥାଏ । କିନ୍ତୁ ଏବେ ଏପରି ଏକ ହେଲମେଟ ପ୍ରସ୍ତୁତ କରାଯାଇଛି ଯାହା ସୁରକ୍ଷା ଦେବା ସହ ମୁଣ୍ଡକୁ ଥଣ୍ଡା ହାୱା ଦେବ । ଏହି ହେଲମେଟକୁ ପ୍ରସ୍ତୁତ କରାଯାଇ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମୀଙ୍କୁ ପ୍ରଦାନ କରାଯିବ । ବିଭାଗ ତରଫରୁ ଏହି ଏସି ହେଲମେଟ ଯୋଗାଇ ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପ୍ରଥମ ପଦକ୍ଷେପ ସ୍ୱରୂପ କିଛି ଟ୍ରାଫିକ ପୁଲିସଙ୍କୁ ବର୍ତ୍ତମାନ ଏଭଳି ହେଲମେଟ ଦିଆଯାଇଛି | ଅହମଦାବାଦରେ ଡ୍ୟୁଟିରେ ଥିବାବେଳେ କିଛି ପୁଲିସ କର୍ମଚାରୀ ଏସି ହେଲମେଟ ପିନ୍ଧିଥିବାର ନଜର ଆସିଥିଲେ। ବାସ୍ତବରେ ଟ୍ରାଫିକ ପୁଲିସମାନଙ୍କୁ ସାଧାରଣତଃ ବର୍ଷା ଦିନରେ ରେନକୋଟ ଏବଂ ଶୀତଦିନେ ଜ୍ୟାକେଟ ଯୋଗାଇ ଦିଆଯାଏ | କିନ୍ତୁ ଗ୍ରୀଷ୍ମ ୠତୁରେ ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଖରାରେ ବି ଡ୍ୟୁଟି କରିବାକୁ ପଡେ | ତେବେ ଏସବୁକୁ ନଜରରେ ରଖି ଏସି ହେଲମେଟ ଯୋଗାଇ ଦିଆଯାଇଛି | ଏହା ଦ୍ୱାରା ଟ୍ରାଫିକ ପୁଲିସ୍ କର୍ମଚାରୀମାନେ ଅତ୍ୟଧିକ ଉତ୍ତାପରେ ମଧ୍ୟ ନିଜ କର୍ତ୍ତବ୍ୟକୁ ଭଲ ଭାବରେ କରିପାରୁଛନ୍ତି |

ଟ୍ରାଫିକ୍ ପୋଲିସ କର୍ମଚାରୀମାନଙ୍କୁ ସାଧାରଣ ଭାବେ ବର୍ଷାରୁ ରକ୍ଷା ପାଇବା ପାଇଁ ରେନକୋର୍ଟ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଜ୍ୟାକେଟ ଉପଲବ୍ଧ କରାଯାଇଥାଏ । ଏହା ସହ ସୁରକ୍ଷା ଦୃଷ୍ଟିରୁ ସେଫଟି ସୁ ଓ ସେଫଟି ହେଲମେଟ ଦିଆଯାଇଥାଏ । ହେଲେ ଏବେ ତାଙ୍କୁ ସାଧାରଣ ହେଲମେଟ ବଦଳରେ ଏସି ହେଲମେଟ ଯୋଗାଇ ଦିଆଯିବ । ଏହା ପୋଲିସ କର୍ମଚାରୀଙ୍କୁ ଖରା ଓ ପ୍ରଦୂର୍ଷଣରୁ ରକ୍ଷା କରିବ । ପ୍ରଥମ କରି ଅହମ୍ମଦାବାଦରେ କିଛି ପୋଲିସ କର୍ମଚାରୀଙ୍କୁ ଏହି ହେଲମେଟ୍ ପ୍ରଦାନ କରାଯାଇଛି ।

ସୂଚନା ଯୋଗ୍ୟ, ଏହି ହେଲମେଟକୁ ଚାର୍ଜ ଯୋଗାଇବାକୁ ଏଥିରେ ଏକ ବ୍ୟାଟେରୀ ସଂଯୋଗ କରାଯାଇଛି । ଏହା ସହ ତା ମଧ୍ୟରେ ଏକ ପଙ୍ଖା ବି ଲଗାଯାଇଛି । ଏହା ଏସି ଭଳି ମୁଣ୍ଡକୁ ଥଣ୍ଡା ରଖିବ । ଏହାକୁ ଗୋଟିଏ ଥର ଚାର୍ଜ କଲେ କିଛି ଘଣ୍ଟା ପର୍ୟ୍ୟନ୍ତ ଚାଲିବ ବୋଲି କୁହାଯାଇଛି ।

ଏହି ହେଲମେଟର ଡିଜାଇନ୍ ସାଧାରଣ ହେଲମେଟ ସହିତ ସମାନ, କିନ୍ତୁ ଏହା ଭିତରେ ଏକ ଫ୍ୟାନ୍ ଅଛି ଯାହା ଏସି ପରି ଥଣ୍ଡା ପବନ ଦେଇଥାଏ | ଥରେ ହେଲମେଟ ଚାର୍ଜ ହେବା ପରେ ଏହାକୁ ଅନେକ ଘଣ୍ଟା ପାଇଁ ବ୍ୟବହାର କରାଯାଇପାରିବ | ଏହି ପରୀକ୍ଷଣ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି | ଏହା କର୍ମଚାରୀଙ୍କ ପାଇଁ କେତେ ଉପଯୋଗୀ ହେବ, ଏନେଇ ଏବେ ଅନୁଧ୍ୟାନ କରାଯାଉଛି |