୨୦୨୪ ନିର୍ବାଚନ ପାଇଁ ବିିଜେପିର ପ୍ରଭାରୀ ଘୋଷଣା

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଇଲେକ୍ସନ ଇନଚାର୍ଜ

୨୦୨୪ ନିର୍ବାଚନ ପାଇଁ ବିିଜେପିର ପ୍ରଭାରୀ ଘୋଷଣା

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଇଲେକ୍ସନ ଇନଚାର୍ଜ । ୨୩ ରାଜ୍ୟ ପାଇଁ ଇଲେକ୍ସନ ଇନଚାର୍ଜ ନିଯୁକ୍ତ କଲା ବିଜେପି । ରଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶ ପ୍ରଭରୀ ଦାୟିତ୍ୱ । ୨୦୧୪ ନିର୍ବାଚନରେ ୟୁପି ପ୍ରଭାରୀ ଥିଲେ ଅମିତ ଶାହ । ୨୦୧୯ ନିର୍ବାଚନରେ ୟୁପି ପ୍ରଭାରୀ ଥିଲେ ସଭାପତି ଥିଲେ ଜେପି ନଡ୍ଡା । ସେହିପରି ନିର୍ବାଚନ ପାଇଁ ବିଜୟପାଲ ସିଂ ତୋମାରଙ୍କୁ ଓଡିଶା ଦାୟିତ୍ୱ ଦିଆଯାଇଛି । ବିଜୟପାଲ ସିଂ ତୋମାରଙ୍କୁ  ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ପ୍ରକାଶ ଜାଭଡେକରଙ୍କୁ କେରଳରେ ଦାୟିତ୍ୱ ଦିଆଯାଇଛି । ବିଜୟ ରୂପାଣୀ ଓ ନରିନ୍ଦର ସିଂହ ଙ୍କୁ ପଞ୍ଜାବ ଦାୟିତ୍ୱ ଦିଆଯାଇଛି । ବିନୋଦ ତାୱଡେ ଏବଂ ଦୀପକ ପ୍ରକାଶଙ୍କୁ ବିହାର ଦାୟିତ୍ୱ ଦିଆଯାଇଛି । ମଙ୍ଗଲ ପାଣ୍ଡେ,ଅମିତ ମାଲବ୍ୟ ଓ ଆଶା ଲକଡାଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ ଦିଆଯାଇଛି ।