ଭାରସାମ୍ୟ ହରାଇ ଓଲଟିଲା ଅଟୋ ମହିଳା ଓ ଶିଶୁଙ୍କ ସହ ୮ ଆହତ

୧୬ ନମ୍ୱର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ। ଫଳରେ ଆଠ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ଜଣା ପଡ଼ିଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗୁରୁତର ଭାବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  

ଭାରସାମ୍ୟ ହରାଇ ଓଲଟିଲା ଅଟୋ  ମହିଳା ଓ ଶିଶୁଙ୍କ ସହ ୮ ଆହତ

ଖଲ୍ଲିକୋଟ ୦୬/୦୩: ୧୬ ନମ୍ୱର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ। ଫଳରେ ଆଠ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗୁରୁତର ଭାବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

ଖବର ଅନୁସାରେ, ଆଇଆରଇ ଜଗନ୍ନାଥ ମନ୍ଦିରରେ ବାହାଘର କରିବା ପରେ ସୁନ୍ଦରପୁର ଅଞ୍ଚଳର କନ୍ୟାପକ୍ଷ ଲୋକ ତିନୋଟି ଅଟୋରେ ପାଲୁରଗଡ ଅଚଂଳକୁ ଯାଉଥିଲେ। ସେଥିମଧ୍ୟରୁ ଗୋଟିଏ ଅଟୋରେ ୧୦ ରୁ ୧୨ ଜଣ ବସିଥିଲେ। ଯିବାବେଳେ ଗଞ୍ଜାମ ଥାନା ପାଖ ୧୬ ନମ୍ୱର ଜାତୀୟ ରାଜପଥରେ ଅଟୋଟି ଭାରସ୍ୟାମ ହରାଇ ଓଲିଟି ପଡିଥିଲା। ଏଥିରେ ଶିଶୁ ଓ ମହିଳାଙ୍କ ସହିତ ୮ଜଣ ଆହାତ ହୋଇଥିଲେ।ପରେ ସେମାଙ୍କୁ ତୁରନ୍ତ ୨ଟି ୧୦୮ ଆମ୍ବୁଲାନ୍ସରେ ଛତ୍ରପୁର ମେଡିକାଲକୁ ଅଣାଯାଇଥିଲା।

ଆହତମାନେ ହେଲେ ସୁକାନ୍ତି ବେହେରା, ସନ୍ୟାସି ବେହେରା, ପ୍ରଫୁଲ ବେହେରା, ସୁଦେଷ୍ଣା ବେହେରା, ଶିବାଜୀ ବେହେରା, ଏଲିନା ବେହେରା, ବୁଡୁ ବେହେରା ଓ ଅଟୋ ଚାଳକ ସୁନ୍ଦରପୁରର ପ୍ରଫୁଲ ସେଠୀ। ସମସ୍ତ ଆହାତ ତାରାତାରିଣି ଦାମଦରପଲ୍ଲୀ ଓ ସୁନ୍ଦରପୁର ଅଚଂଳର। ସୁକାନ୍ତି ବେହେରା, ସନ୍ୟାସି ବେହେରା ଓ ବୁଡୁ ବେହେରାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଗଞ୍ଜାମ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।